ଜୋରିମାନା ତର୍ଜମା ହେବ: ସଚିବ

ଜୋରିମାନା ତର୍ଜମା ହେବ: ସଚିବ

ଜୋରିମାନା ତର୍ଜମା ହେବ: ସଚିବ
ଭୁବନେଶ୍ବର: ବ୍ୟାଙ୍କ ବାଲାନ୍ସ ଖାଲି ହେବା ପୂର୍ବରୁ ରକ୍ଷା ପାଇବେ କି ରାଜ୍ୟବାସୀ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନୂଆ ମୋଟର ଯାନ ଆଇନ ପାଇଁ କ’ଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ। ସେପ୍ଟେମ୍ବର ପହିଲା ଠାରୁ ନୂଆ ଆଇନ ଲାଗୁହେବା ପରେ ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୩ ମାସ କୋହଳ କରିଛନ୍ତି ନିୟମ। ହେଲେ ଏଥିରୁ ସାଧାରଣ ଜନତାଙ୍କୁ ସାମୟିକ ଆଶ୍ୱସ୍ତି ମିଳିନି। ଏନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ପ୍ରଥମେ ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ସେ ନେଇ ତର୍ଜମା ଚାଲିଛି। ଅନ୍ୟ ରାଜ୍ୟର ନିୟମକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ହିତ ପାଇଁ ନବୀନ ସରକାର ପଦକ୍ଷେପ ନେବେ। ଅନ୍ୟପଟେ ଆରଟିଓ ଅଫିସ ଗୁଡିକୁ କିପରି ଦଲାଲ ମୁକ୍ତ କରାଯାଇପାରିବ ସେ ନେଇ ଉଦ୍ୟମ କରାଯାଉଛି ବୋଲି ସଚିବ କହିଛନ୍ତି। ସାଧାରଣତଃ ପରିବହନ କାର୍ଯ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଦଲାଲମାନେ କାୟା ବିସ୍ତାର କରିଥାନ୍ତି। ଏବଂ ଏହା କିପରି ରୋକା ଯାଇ ପାରିବ ତାଉପରେ କଡା ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲୋକଙ୍କୁ କିଭଳି ନିଜ ନିଜର ବିଭିନ୍ନ ଲାଇସେନ୍ସ ଓ ପ୍ରମାଣପତ୍ର ସୁବିଧାରେ ମିଳିପାରିବ ସେଥିପାଇଁ ଅଧିକ କାଉଁଟର ଖୋଲାଯିବ ବୋଲି ସେ କହିଛନ୍ତି। ଟ୍ରାଫିକ୍ ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ଓ ଫିଟନେସ୍ ସାର୍ଟିଫିକେଟ୍ ପାଇଁ ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଭିଡ ଜମାଇଛନ୍ତି ଲୋକେ। ଲାଇନ୍ ବାନ୍ଧି କାର୍ଯ୍ୟଳୟରେ ବିଭିନ୍ନ ପ୍ରମାଣ ପତ୍ର ଯୋଗାଡରେ ଲାଗି ପଡିଛନ୍ତି ଗାଡି ଚାଳକ ଓ ମାଲିକ। ତେବେ କିଭଳି ଆରଟିଓ ଅଫିସରେ କାର୍ଯ୍ୟ ଚାଲିଛି ଆଜି ସେ ନେଇ ପରିସ୍ଥିତିକୁ ବୁଲି ଦେଖିଛନ୍ତି ନିଜେ ସଚିବ।