୧୦ କୋଟିର ସରକାରୀ ଜମି ମାଡି ବସିଛନ୍ତି ବିଲ୍ଡର : ମଲ୍ ସ୍ୱାର୍ଥ ପାଇଁ ନିୟମକୁ ଦଳିଦେଲେ ସିଟି ଇଞ୍ଜିନିୟର

୧୦ କୋଟିର ସରକାରୀ ଜମି ମାଡି ବସିଛନ୍ତି ବିଲ୍ଡର : ମଲ୍ ସ୍ୱାର୍ଥ ପାଇଁ ନିୟମକୁ ଦଳିଦେଲେ ସିଟି ଇଞ୍ଜିନିୟର

୧୦ କୋଟିର ସରକାରୀ ଜମି ମାଡି ବସିଛନ୍ତି ବିଲ୍ଡର : ମଲ୍ ସ୍ୱାର୍ଥ ପାଇଁ ନିୟମକୁ ଦଳିଦେଲେ ସିଟି ଇଞ୍ଜିନିୟର
ଭୁବନେଶ୍ୱର:କୋଟିଏ କି ଦୁଇ କୋଟି ନୁହଁ, ୧୦ କୋଟିର ସରକାରୀ ଜମି ମାଡି ବସିଛନ୍ତି ବିଲ୍ଡର । ନାଳକୁ ପୋତି ଦେଇ ସୌନ୍ଦର୍ଯ୍ୟକରଣ କରୁଛନ୍ତି ମଲ୍ କର୍ତୃପକ୍ଷ । ଏହି ଜମିରେ ସୌନ୍ଦର୍ଯ୍ୟକରଣ ହୋଇପାରିବ ନାହିଁ ବୋଲି ରୋକରୋଠ ମନା କରିଦେଇଥିଲେ ରୋଡ୍ସ ଆଣ୍ଡ ବିଲ୍ଡିଂ ବିଭାଗ କତୃପକ୍ଷ । ତେବେ ମଲ୍ ସ୍ୱାର୍ଥ ପାଇଁ ନିୟମକୁ ପାଦରେ ଦଳି ଦେଇ ଉକ୍ତ ଜମିକୁ ମଲ୍ ମାଲିକଙ୍କ ହାତରେ ଟେକିଦେଲେ ବିଏମସି ସିଟି ଇଞ୍ଜିନିୟର । ଏହି ଗଫଲତିରେ ପ୍ରବଳ ମାତ୍ରାରେ ଅର୍ଥ କାରବାର ହୋଇଥିବା ବିଏମସିର କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି । ସରକାରୀ ଜମି ଉପରେ ଗରୀବ ଲୋକଙ୍କ ଦୋକାନ କିମ୍ବା ଘରେ ଖଣ୍ଡେ ନିର୍ମାଣ ସମୟରେ ତାହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପାରୁ ପର୍ଯ୍ୟନ୍ତ ଲାଗି ପଡେ । ହେଲେ ପ୍ରଭାବଶାଳୀଙ୍କ କ୍ଷେତ୍ରରେ ପୂରା ଅଲଗା । ବିଏମସି ସମ୍ମୁଖରେ ଏକ ମଲ୍ ନିର୍ମିତ ହୋଇସାରିଛି । ମଲ୍ କତୃପକ୍ଷ ୧ ଏକରରୁ ଅଧିକ ବହୁ ମୂଲ୍ୟବାନ ସରକାରୀ ଜମିରେ ସୋନ୍ଦର୍ଯ୍ୟକରଣ କରୁଛନ୍ତି । ଗୌତମ ନଗର ଅଂଚଳରେ ଥିବା ଜମିର ୧ ଏକର ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟ ୯ କୋଟି ୫୦ ଲକ୍ଷ ଟଙ୍କା ରହିଛି । ଗୌତମ ନଗର ପ୍ଳଟ ନଂ-୩୬୫ର ୧ ଏକର ୧୯୦ ଡେସିମିଲ ଜମିର ମୂଲ୍ୟ ପ୍ରାୟ ୧୦ କୋଟି ହେବ । ସେଥିପାଇଁ ଏହି ଜମି କାହାରିକୁ ନଦେବାକୁ ୨୦୧୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଚିଠି ନମ୍ବର ୪୮୮୮ (ଡିପିଆଇ ଆଣ୍ଡ ରୋଡ୍ସ )ର ମୁଖ୍ୟଯନ୍ତ୍ରୀ ଲିଖିତ ଭାବେ ରୋଡ୍ସ ଆଣ୍ଡ ବିଲ୍ଡିଂ ଡିଭିଜନ-୨ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପତ୍ର ଲେଖିଥିଲେ । ଫ୍ଲାଏ ଓଭରବ୍ରିଜ ଓ ଲୋକଙ୍କ ଉନ୍ନୟନ ପାଇଁ କୌଣସି ଯୋଜନା ପ୍ରସ୍ତୁତ ନହେବା ଯାଏ ଉକ୍ତ ଜମି ସୌନ୍ଦର୍ଯ୍ୟକରଣ ଲାଗି ବ୍ୟବହାର ହୋଇପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ରୋଡ୍ସ ଆଣ୍ଡ ବିଲ୍ଡିଂ ବିଭାଗକୁ ବିଏମସି ସିଟି ଇଞ୍ଜିନିୟର ନଜଣାଇ ପତ୍ର ସଂଖ୍ୟ ୧୬୨୯୦/୨୪.୦୭.୨୦୧୨ରେ ମଲ୍ ମାଲିକଙ୍କୁ ସୌନ୍ଦର୍ଯ୍ୟକରଣ ଲାଗି ଜମି ଦେଇଥିଲେ । ରୋଡ୍ସ ଆଣ୍ଡ ବିଲ୍ଡିଂ ବିଭାଗ ଜାଣିବା ପରେ ସେହି ଜମି ନଦେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ବିଏମସି ସିଟି ଇଞ୍ଜିନିୟର ସୌନ୍ଦର୍ଯ୍ୟକରଣ ପାଇଁ ଏନଓସି ପ୍ରଦାନ କରିଥିବା ଜଣାପଡିଛି । ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୭ରେ ବିଏମସିର ଏକ କମିଟି ସୌନ୍ଦର୍ଯ୍ୟକରଣ ପାଇଁ ଅନୁମତି ଦେଇଛି । ଜନସାଧାରଣଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସେହି ମଲ୍ ମାଲିକ ଛାଡି ପାରିବେ ବୋଲି ଚୁକ୍ତି ହୋଇଛି । କେତେ ଜମି ଛାଡିବେ ତାହା ତାହା ନିଷ୍ପତି ହୋଇନାହିଁ । ରୋଡ୍ସ ଆଣ୍ଡ ବିଲ୍ଡିଂ ଡିଭିଜନ-୨ ପକ୍ଷରୁ ୪-ଲେନ୍ ଜମି ମାଗିଲେ ଆମେ ଯୋଗାଇଦେବୁ । ଗତ ସପ୍ତାହରେ ବିଏମସି ପକ୍ଷରୁ ପୁଣି ଥରେ ଜମି ମାପ କରାଯାଇଥିଲା । ଚୂଡାନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି ।