କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ
ଲାହୋର: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ । କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦକୁ ଗିରଫ କରାଯାଇଛି । ପାକିସ୍ତାନର ଲାହୋରରୁ ହାଫିଜ ସୟିଦକୁ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ପରେ ପାକିସ୍ତାନ ପୁଲିସ ହାଫିଜକୁ ନିଜ ହେପାଜତକୁ ନେଇଛି । ତେବେ ଆଜି କୂଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଥିବାବେଳେ ହାଫିଜକୁ ଆଜି ହିଁ ଗିରଫ କରି ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ନିଜ ଛବିକୁ ସ୍ୱଚ୍ଛ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଉଛି । ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୂଳଭୁଷଣ ଯାଧବଙ୍କ ମାମଲାରେ ଆଜି ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ବା ଆଇସିଜେରେ ଶୁଣାଣି ହେବ । ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬ଟା୩୦ରେ କୋର୍ଟ ତାଙ୍କ ନିଷ୍ପତି ଶୁଣାଇବେ । ପୂର୍ବରୁ ଆଇସିଜେ ଏହି ମାମଲାରେ ଫେବୃଆରୀ ୧୮ରୁ ୨୧ ଯାଏଁ ଶୁଣାଣି କରିଥିଲେ । ଆଜି ଆସିବାକୁ ଥିବା ନିଷ୍ପତି ଉପରେ ଭାରତ ଏବଂ ପାକିସ୍ତାନର ନଜର ରହିଛି । ଯଦି କୋର୍ଟଙ୍କ ନିଷ୍ପତି ଭାରତ ପକ୍ଷର ଯାଏ ତେବେ ଏହା ଏକ ବଡ ବିଜୟ ହେବ ।