ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର

ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର

ରାଜ୍ୟସଭାରେ  ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ଉଠାଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କଠାରୁ ପ୍ରଶଂସା ପାଇଛନ୍ତିି । ଶ୍ରୀ ପାତ୍ର ସ୍ୱତନ୍ତ୍ର ପ୍ରତିବେଦନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ଉପରାଷ୍ଟ୍ରପତି କହିଥିଲେ ପ୍ରଥମ ପ୍ରସ୍ତାବ, ଭଲ ଏବଂ ସର୍ବୋତ୍ତମ ପ୍ରସ୍ତାବ । ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ରହିଥିବା ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ବିଷୟରେ ଆଉ ଶୁଣିବାକୁ ମିଳୁନାହିଁ କିମ୍ବା ଆଲୋଚନା ହେଉନାହିଁ । ନିର୍ବାଚନ ପରେ ନୂଆ ସରକାର କ୍ଷମତାକୁ ଆସିବା ପରେ ମହିଳା ସଂରକ୍ଷଣ ବିଲ୍ର ଗୃହୀତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଚଳିତ ଅଧିବେଶନରେ ଏହି ବିଲ ଆଗତ ହୋଇନାହିଁ ବୋଲି ଶ୍ରୀ ପାତ୍ର କହିଥିଲେ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ କରିଥିବା ବେଳେ ଗତଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ କରିଥିଲେ । ଏଥିସହିତ ମହିଳା ସଂରକ୍ଷଣ ବିଲ ସପକ୍ଷରେ ସମର୍ଥନ ସଂଗ୍ରହ ଲାଗି ବିଜେଡିର ନେତାମାନେ ୨୨ଟି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିଥିଲେ ବୋଲି ଶ୍ରୀ ପାତ୍ରକ କହିଥିଲେ । କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ସେ ଗୃହରେ ଯୁକ୍ତି ବାଢ଼ିଥିଲେ ।