ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ଅଗ୍ରାହ୍ୟ

ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ଅଗ୍ରାହ୍ୟ

ରାହୁଲଙ୍କ ଇସ୍ତଫା ପ୍ରସ୍ତାବ  ଅଗ୍ରାହ୍ୟ
ନୂଆଦିଲ୍ଲୀ : ନିର୍ବାଚନ ପରାଜୟ ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ବସିଥିଲା । କଂଗ୍ରେସ ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ର ବିପର୍ଯ୍ୟୟ ପାଇଁ ପଦ ଛାଡିବାକୁ ଜିଦ୍ କରିଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ ମାନେ ରାହୁଲଙ୍କ ପ୍ରସ୍ତାବ ନାମଞ୍ଜୁର କରିଛନ୍ତି । ପ୍ରକାଶ ଯେ, ୨୦୧୪ ଲୋକସଭା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୪୪ ଆସନରେ ବିଜୟୀ ହୋଇଥିଲା। ଏଥର ଦଳ ତା’ଠାରୁ କିଛି ଭଲ ପ୍ରଦର୍ଶନ କରିଥିଲେ ହେଁ ତାହା ମଧ୍ୟ ନୈରାଶ୍ୟଜନକ। ତେଣୁ କେଉଁଠି ତ୍ରୁଟି ରହିବାରୁ ଦଳକୁ ଆଶଜନକ ଫଳ ମିଳିଲା ନାହିଁ ସେ ନେଇ କାର୍ୟ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂହ, ଏ.କେ ଆଣ୍ଟୋନି, ଅହମ୍ମଦ ପଟେଲ ଓ ଗୁଲାମନବୀ ଅଜାଦ ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ତେବେ ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଯୋଗଦେଇ ନ ଥିଲେ।