ସୋନିଆଙ୍କୁ ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କ ସାକ୍ଷାତ
ସୋନିଆଙ୍କୁ ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କ ସାକ୍ଷାତ
admin
Jun 8, 2019 - 07:08
Updated: Jun 8, 2019 - 07:08
ନୂଆଦିଲ୍ଲୀ: ଜୁନ ୧୭ରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଶୁକ୍ରବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଳାଦ ଜୋଶୀ କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ତାଙ୍କ ଦଳର ସହଯୋଗ ଲୋଡିଛନ୍ତି । ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ମନ୍ତ୍ରୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ସାକ୍ଷାତ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା । ସେମାନେ ସଂସଦର ସୁଚାରୁ ପରିଚାଳନା ପାଇଁ ତାଙ୍କ ସହଯୋଗ କାମନା କରିଥିଲେ । ସୋନିଆ କହିଥିଲେ ଯେ ବିରୋଧୀ ଦଳ ମଧ୍ୟ ତାଙ୍କଠାରୁ ସହଯୋଗ ଆଶା କରୁଛନ୍ତି । ମନ୍ତ୍ରୀ ଜଣାଇଥିଲେ ଯେ ସରକାର ସର୍ବଦା ସହଯୋଗ କରିବା ପାଇଁ ପ୍ରସ୍ତୁତ । ଶ୍ରୀ ଜୋଶୀଙ୍କ ସହ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଅର୍ଜ୍ଜୁନ ରାମ ମେଘୱାଲ ମଧ୍ୟ ଉପସ୍ଥିତ ଥିଲେ । ଜୋଶୀ ଏହାପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଗୁଲାମ ନବୀ ଆଜାଦ ଓ ଲୋକସଭାରେ ଡିଏମକେର ନେତୃତ୍ୱ ନେଉଥିବା ଟି ଆର ବାଲୁଙ୍କୁ ସାକ୍ଷାତ କରିଥିଲେ ।