ଜୁଲାଇ ପହିଲାରୁ ଶସ୍ତା ହେବ ସୁଧହାର:ଆରବିଆଇ

ଜୁଲାଇ ପହିଲାରୁ ଶସ୍ତା ହେବ ସୁଧହାର:ଆରବିଆଇ

 ଜୁଲାଇ ପହିଲାରୁ ଶସ୍ତା ହେବ ସୁଧହାର:ଆରବିଆଇ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଏକ ବଡ ଘୋଷଣା କରିବା ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବିଶେଷ ଉପହାର ନେଇ ଆସିଛି । ଏସବିଆଇ ୨୦୧୯ ମସିହାରେ ହିଁ ସେଭିଙ୍ଗସ ଡିପୋଜିଟ ଓ ସୁଧ ହାରକୁ ରୋପୋ ରେଟ ସହ ଯୋଡିବାକୁ ଯାଉଛି । ତେଣୁ ଆରବିଆଇ ଦ୍ୱାରା ଲାଗୁ କରାଯାଇଥିବା ରେପୋ ରେଟର ୦.୨୫ ପ୍ରତିଶତର ହ୍ରାସ ଏସବିଆ ଗ୍ରାହକ ଶୀଘ୍ର ଲାଭ ଉଠାଇପାରିବେ । ଜୁଲାଇ ପହିଲାରୁ ଏହା ସହ ଜଡିତ ସମସ୍ତ ଋଣ ଶସ୍ତା ହେବାକୁ ଯାଉଛି । ପୂର୍ବରୁ ହିଁ ମେ ମାସରୁ ରେପୋରେଟକୁ ବ୍ୟାଙ୍କ ସହ ଯୋଡିଛି । ଯାହାଦ୍ୱାରା ଏହି ନିୟମ ଏକ ଲକ୍ଷରରୁ ଅଧିକ ଲୋନ ଆଣୁଥିବା ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି । ଏସବିଆଇ ଦ୍ୱାରା ଘୋଷଣା ନିୟମ ମୁତାବକ, ସେଭିଙ୍ଗସ ଡିପୋଜିଟ ଓ ସୁଧ ହାରକୁ ରୋପୋ ରେଟ ଯୋଡି ହେବା ଦ୍ୱାରା ନିଜ ସେଭିଙ୍ଗସ ଆକାଉଂଟରେ ଯେଉଁ ଗ୍ରାହକଙ୍କ ଏକ ଲକ୍ଷରର ଅଧିକ ଟଙ୍କା ଥିବା ସେମାନଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ ।