ନିବେଶକଙ୍କୁ ୭ ଲକ୍ଷ କୋଟି ଲାଭ, ସେନସେକ୍ସ ୧୯୨୧ ପଏଣ୍ଟ ବଢ଼ିଲା

ନିବେଶକଙ୍କୁ ୭ ଲକ୍ଷ କୋଟି ଲାଭ, ସେନସେକ୍ସ ୧୯୨୧ ପଏଣ୍ଟ ବଢ଼ିଲା

ନିବେଶକଙ୍କୁ ୭ ଲକ୍ଷ କୋଟି ଲାଭ, ସେନସେକ୍ସ ୧୯୨୧ ପଏଣ୍ଟ ବଢ଼ିଲା
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କର୍ପୋରେଟ୍ ଟିକସ ହ୍ରାସ ଆଜି ନିବେଶକମାନଙ୍କୁ ପ୍ରବଳ ମାତ୍ରାରେ ଉତ୍ସାହିତ କରିଛି । ଅର୍ଥମନ୍ତ୍ରୀ ପ୍ରାୟ ୧୦ ପ୍ରତିଶତ ହ୍ରାସ ଘୋଷଣା କରିବା ଖବର ପ୍ରଚାର ହେବାମାତ୍ରେ ଷ୍ଟକ ବଜାର ନିବେଶକମାନେ ଆଗୁଆ ଦୀପାବଳି ପାଳନ ଆରମ୍ଭ କରି ଦେଇଥିଲେ । ବିପୁଳ ସଂଖ୍ୟାରେ ସେୟାର କ୍ରୟ କରିବା ଫଳରେ ଦିନର କାରବାର ମଝିରେ ସେନସେକ୍ସ ୨୨୮୪ ପଏଣ୍ଟ ଉପରକୁ ଉଠି ୩୮,୩୭୮ ପଏଣ୍ଟ ଛୁଇଁଥିଲା । ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ସେନସେକ୍ସରେ ଏହି ବୃଦ୍ଧି ସର୍ବାଧିକ ରହିଥିଲା । ତେବେ କାରବାର ଶେଷବେଳକୁ ସେନସେକ୍ସ ୩୮,୦୧୪ ପଏଣ୍ଟରେ ବନ୍ଦ ହୋଇଛି । ଫଳରେ ପୂର୍ବଦିନ ତୁଳନାରେ ସେନସେକ୍ସ ୧୯୨୧.୧୫ ପଏଣ୍ଟ ବା ୫.୩୨ ପ୍ରତିଶତ ବୃଦ୍ଧି ଘଟିଛି । ସେହିଭଳି ନିଫ୍ଟ ମଧ୍ୟ ସମାନ ୫.୩୨ ପ୍ରତିଶତ ବା ୫୯୬.୪୦ ପଏଣ୍ଟ ବୃଦ୍ଧି ଘଟି ଏହା ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି । ୨୦୦୯ ମେ ୧୮ ତାରିଖଠାରୁ ଆଜି ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟରେ ଆଜିର ବୃଦ୍ଧି ପ୍ରତିଶତ ହିସାବରେ ସର୍ବାଧିକ ରହିଛି । ସେନସେକ୍ସରେ ଏହି ବୃଦ୍ଧି ଯୋଗୁଁ ଷ୍ଟକ୍ ମାର୍କେଟର ବଜାର ପୁଞ୍ଜି ବା ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ୬ ଲକ୍ଷ ୮୨ ହଜାର ୯୩୮ କୋଟି ଟଙ୍କା ବୃଦ୍ଧି ଘଟି ୧୪୫ ଲକ୍ଷ ୩୭ ହଜାର ୩୭୮ କୋଟି ଟଙ୍କାରେ ରହିଛି । ଅର୍ଥମନ୍ତ୍ରୀଙ୍କ ଆଜିର ଘୋଷଣା ଷ୍ଟକ ବଜାର ନିବେଶକଙ୍କ ଉତ୍ସାହକୁ ବହୁମାତ୍ରାରେ ବଢ଼ାଇ ଦେଇଛି । ମନୋବଳକୁ ବଢ଼ାଇ ଦେଇଛି ।