ମହାମାରୀ କରୋନା ସତ୍ତ୍ଵେ ବଢ଼ିଛି ଭାରତର ଜିଡ଼ିପି
ମହାମାରୀ କରୋନା ସତ୍ତ୍ଵେ ବଢ଼ିଛି ଭାରତର ଜିଡ଼ିପି
admin
Feb 27, 2021 - 12:00
Updated: Feb 27, 2021 - 12:00
ନୂଆଦିଲ୍ଲୀ: ମହାମାରୀ କରୋନା ସତ୍ତ୍ଵେ ଭାରତର ଜିଡ଼ିପି ବା ଗ୍ରସ୍ ଡୋମେଷ୍ଟିକ୍ ପ୍ରଡ଼କ୍ଟ ବୃଦ୍ଧିପାଇଛି । ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ଅର୍ଥାତ ଗତ ବର୍ଷର ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୦.୪ ପ୍ରତିଶତ ଜିଡ଼ିପି ବୃଦ୍ଧି ପାଇଥିବାର ଜଣାପଡ଼ିଛି । ଏହାର ଅର୍ଥ ଭାରତର ଅର୍ଥବ୍ୟବସ୍ଥା ଖୁବ ଶୀଘ୍ର ମାନ୍ଦା ଅବସ୍ଥାରୁ ଉଦ୍ଧାର ପାଇବାକୁ ଯାଉଛି । ମହାମାରୀ ଓ ଲକଡାଉନ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ତ୍ରୟମାସିକରେ ଜିଡ଼ିପି କମିଥିବା ବେଳେ ତୃତୀୟ ତ୍ରୟମାସିକରେ ବୃଦ୍ଧିପାଇବା ଏକ ଉଲ୍ଲେଖଯୋଗ୍ୟ ଘଟଣା ବୋଲି କୁହାଯାଉଛି । ଏ ବାବଦରେ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ୍ ବା ଏନ୍ଏସ୍ଓ ସୂଚନା ଜାରି କରିଛି ।
ଜାରି ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ୨୦୧୯-୨୦ ଆର୍ଥିକ ବର୍ଷର ଏହି ତୃତୀୟ ତ୍ରୟମାସିକରେ ଆର୍ଥିକ ଅଭିବୃଦ୍ଧି ୩.୩ ପ୍ରତିଶତ ରହିଥିଲା। ମହାମାରୀଜନିତ ମାନ୍ଦା ଅବସ୍ଥା ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ, ତ୍ରୟମାସିକ ଅର୍ଥାତ ଏପ୍ରିଲରୁ ଜୁନ ଏବଂ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡ଼ିପି ହ୍ରାସ ପାଇଥିଲା । ସେହି ଅନୁସାରେ ଏହାକୁ ବୈଷୟିକ ମାନ୍ଦା ଅବସ୍ଥା ବା ଟେକ୍ନିକାଲ ରିସେସନ୍ ବୋଲି କୁହା ଯାଉଥିଲା । ତେଣୁ ସେହି ଅନୁସାରେ ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଜିଡ଼ିପିରେ ୮ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଆଶଙ୍କା କରା ଯାଉଥିଲା । ତେବେ ଆର୍ଥିକ ମାନ୍ଦାଅବସ୍ଥାରୁ ମୁକୁଳିବା ପାଇଁ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଆ ଯାଇଥିବା ବିଭିନ୍ନ ସମୟ ଉପେଯାଗୀ ପଦକ୍ଷେପ ଯୋଗୁଁ ଡିଜିପି ବୃଦ୍ଧି ପାଇବ ବୋଲି ମଧ୍ୟ ଅନେକ ଆର୍ଥିକ ସଂସ୍ଥା ପୂର୍ବାନୁମାନ ଲଗାଇଥିଲେ । ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗତ ଡିସେମ୍ବରରେ ଜାରି ହୋଇଥିବା ଷ୍ଟେଟ୍ ଅଫ୍ ଦ ବୁଲେଟିନ୍ରେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି ସଙ୍କେତ ଦିଆ ଯାଇଥିଲା ।