ପହିଲାରୁ ମହଙ୍ଗା ହେବ ମୋବାଇଲ କଲ୍ ଦର
ପହିଲାରୁ ମହଙ୍ଗା ହେବ ମୋବାଇଲ କଲ୍ ଦର
admin
Nov 19, 2019 - 10:16
Updated: Nov 19, 2019 - 10:16
ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । କାରଣ ଖୁବ ଶୀଘ୍ର ମହଙ୍ଗା ହେବ ମୋବାଇଲ କଲ୍ ଦର । ବ୍ୟବସାୟକୁ ଅନୁକୂଳ କରିବା ପାଇଁ ଦେଶର ଦୁଇ ଟେଲିକମ କମ୍ପାନୀ ଆସନ୍ତା ପହିଲାଠାରୁ ସେମାନଙ୍କର ଟାରିଫରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି । ଏହି ଅନୁଯାୟୀ ରିଲାଏନ୍ସ ଜିଓ ପରେ ଭୋଡ଼ାଫୋନ ଆଇଡ଼ିଆ ଏବଂ ଭାରତୀ ଏୟାରଟେଲ ମୋବାଇଲ କଲ ଦର ବଢ଼ାଇବେ । ଟେଲିକମ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁଁ ଭୋଡ଼ାଫୋନ ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ଭୋଡ଼ାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ବର ପହିଲାରୁ କମ୍ପାନୀ ତାର ଟାରିଫ ପ୍ଲାନ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ କମ୍ପାନୀ ୩୨ କୋଟି ଗ୍ରାହକଙ୍କ ଉପରେ ପଡ଼ିବ । ଟାରିଫ ପ୍ଲାନରେ କେତେ ପ୍ରତିଶତ ଅବା କେତେ ଟଙ୍କା ବୃଦ୍ଧି ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଭୋଡ଼ାଫୋନ-ଆଇଡିଆ ଏହି ନିଷ୍ପତ୍ତି ଏନଜିଆରର ଦେୟକୁ ନେଇ କରିଛି ଯେଉଁଥିରେ ଟଙ୍କା ପଇଠ କରିବାକୁ କହିଛନ୍ତି ।
ସୂଚନା ଯୋଗ୍ୟ ଭୋଡ଼ାଫୋନ୍-ଆଇଡିଆ ଏବଂ ଭାରତୀ ଏୟାରଟେଲର ସମ୍ମିଳିତ ତୈ୍ରମାସିକ କ୍ଷତି ୭୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି । କେବଳ ଭୋଡାଫୋନ-ଆଇଡିଆର କ୍ଷତି ପରିମାଣ ୫୦,୯୨୧ କୋଟି ଟଙ୍କା । ଅନ୍ୟ ପକ୍ଷରେ ଭାରତୀ ଏୟାରଟେଲ ତା’ର କ୍ଷତି ପରିମାଣ ୨୩,୦୪୫ କୋଟି ଟଙ୍କା ରହିଥିବା ଦର୍ଶାଇଛି । ଭାରତୀ ଏୟାରଟେଲ ମଧ୍ୟ ଆସନ୍ତା ପହିଲାରୁ କଲ୍ ଦର ବୃଦ୍ଧି କରିବାକୁ ଯାଉଛି ।