ସୁନା ଦର କମିଛି, ଆମଦାନି ବଢ଼ିଛି

ସୁନା ଦର କମିଛି, ଆମଦାନି ବଢ଼ିଛି

ସୁନା ଦର କମିଛି, ଆମଦାନି ବଢ଼ିଛି

ମୁମ୍ବାଇ: ସୁନାଦର ଗତ ଚାରି ମାସ ହେଲା କମ୍ ରହିଛି। ମୁମ୍ବାଇ ବଜାରରେ ଏବେ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୫,୬୬୨ ଟଙ୍କା ରହିଛି । ଏହା ହେଉଛି ଗତ ଚାରି ମାସରେ ସୁନାର ସର୍ବନିମ୍ନ ଦାମ୍ । ଉତ୍ସବ ଋତୁ ଚାହିଦା ଯୋଗୁଁ ଅଗଷ୍ଟ ମାସରେ ସୁନା ଆମଦାନିରେ ଦୁଇ ଗୁଣା ବୃଦ୍ଧି ହୋଇଛି । ଅଗଷ୍ଟରେ ୧୨୧ ଟନ୍ ସୁନା ଆମଦାନି ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ହୋଇଥିବା ୬୩ ଟନ ତୁଳନାରେ ଦୁଇ ଗୁଣାରୁ ଅଧିକ । ମୂଲ୍ୟ ଦୃଷ୍ଟିରୁ ଏହି ସୁନା ଆମଦାନି କରିବା ଲାଗି ୬୭୦ କୋଟି ଡଲାର ବ୍ୟୟ କରାଯାଇଛି । ଅଗଷ୍ଟ ମାସର ପ୍ରଥମ ପନ୍ଦର ଦିନରେ ସୁନା ଦାମ ସାମାନ୍ୟ ହ୍ରାସ ପାଇଥିଲା । ଏହାର ସୁଯୋଗ ନେଇ ଜୁଏଲାରି ସଂସ୍ଥାଗୁଡ଼ିକ ଭବିଷ୍ୟତର ଚାହିଦାକୁ ନଜରରେ ରଖି ଅଧିକ ସୁନା ମଗାଇଥିଲେ । ଚଳିତ ବର୍ଷର ପ୍ରଥମ ୮ ମାସରେ ଭାରତକୁ ୬୮୭ ଟନ୍ ସୁନା ଆମଦାନି କରାଯାଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ଦୂର ହେଉଥିବା ବେଳେ ଜୁଏଲାରି ଦୋକାନଗୁଡ଼ିକ ଖୋଲିଥିବାରୁ ସେଠାରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଉତ୍ସବ ଋତୁରେ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି ।