ବ୍ୟାଙ୍କ ଫେରାଇବ ଡିଜିଟାଲ କାରବାର ଚାର୍ଜ

ବ୍ୟାଙ୍କ ଫେରାଇବ ଡିଜିଟାଲ କାରବାର ଚାର୍ଜ

ବ୍ୟାଙ୍କ ଫେରାଇବ ଡିଜିଟାଲ କାରବାର ଚାର୍ଜ
ନୂଆଦିଲ୍ଲୀ: ଡିଜିଟାଲ ଓ ୟୁପିଆଇ କାରବାର ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନ କରୁଥିବା ସଂସ୍ଥା ଗୁଡ଼ିକ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ବା ଶୁଳ୍କ ଆଦାୟ କରିପାରିବେ ନାହିଁ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏହା ସ୍ପଷ୍ଟ କରିଛି । ପେମେଣ୍ଟସ ଆଣ୍ଡ ସେଟଲମେଣ୍ଟ ସିଷ୍ଟମସ ଆକ୍ଟ, ୨୦୦୭ ଧାରା ୧୦ ଓ ଆୟକର ନିୟମର ଧାରା ୨୬୯ ଏସୟୁ ଅନୁସାରେ ଏହି ଶୁଳ୍କ ଗ୍ରାହକ କିମ୍ବା ମର୍ଚାଣ୍ଟଙ୍କ ଠାରୁ ଆଦାୟ କରାଯାଇପାରିବ ନାହିଁ । ୨୦୨୦ ଜାନୁଆରୀ ପରଠାରୁ ଏହି ନିୟମ ଲାଗୁ କରାଯୋଇଛି । ଏହାର ପରବର୍ତ୍ତୀ ସମୟରେ ଯେଉଁ ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରିଛନ୍ତି ସେମାନେ ସେହି ଟଙ୍କା ଫେରାଇବେ । ଡିଜିଟାଲ ଓ ୟୁପିଆଇ କାରବାର ଉପରେ ଗ୍ରାହକଙ୍କ ଠାରୁ ୨୦୨୦ ଜାନୁଆରୀ ୧ ପରେ ଆଦାୟ କରାଯାଇଥିବା ଟଙ୍କା ସେମାନଙ୍କୁ ଫେରାଇବାକୁ ସିବିଡିଟି ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି ।