ବଜାରରୁ ବ୍ୟାଙ୍କ ନେବ ୨୫ ହଜାର କୋଟି

ବଜାରରୁ ବ୍ୟାଙ୍କ ନେବ ୨୫ ହଜାର କୋଟି

ବଜାରରୁ ବ୍ୟାଙ୍କ ନେବ ୨୫ ହଜାର କୋଟି
ନୂଆଦିଲ୍ଲୀ : ଆଗାମୀ ୩ ମାସ ମଧ୍ୟରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଇକ୍ୱିଟି ଏବଂ ଡେଟ ଜରିଆରେ ୨୫,୦୦୦ କୋଟି ଟଙ୍କା ହାସଲ କରିବେ । ୠଣ ଚାହିିଦା ପୂରଣ ଏବଂ ନିୟାମକ ଆବଷ୍ୟକତା ଅନୁପାଳନ ପୂର୍ବକ ବ୍ୟାଙ୍କ ଗୁଡିକ ଏହି ପୁଞ୍ଚି ଆବଶ୍ୟକ କରିବେ । ଗତ କିଛି ମାସ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ , କାନାରା ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦି ବଜାରରୁ ପାଖାପାଖି ୪୦,୦୦୦ କୋଟି ଟଙ୍କା ଉଠାଇଥିଲେ । ଆର୍ଥôକ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି । ଚଳିତମାସ ଆରମ୍ଭରେ କାନାର ବ୍ୟାଙ୍କ ୨,୦୦୦କୋଟି ଟଙ୍କା ହାସଲ କରିଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୩,୭୮୮.୦୪ କୋଟି ଟଙ୍କା ଉଠାଇଥିଲା । କୋଭିଡ -୧୯ ସଂଙ୍କଟ ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ଅପେକ୍ଷା ନ କରି ତା’ ପୁର୍ବରୁ ପୁଞ୍ଜି ଆବଶ୍ୟକତା ପୂରଣ ଲାଗି ସକ୍ରି୍ରୟ ପଦକ୍ଷେପ ନେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡିକୁ ପାରାମର୍ଶ ଦେଇଥିଲେ । ଉଲ୍ଲେଖ ଯୋଗ୍ୟ, ଚଳିତ ଆର୍ଥôକବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଣ କରିଥିଲେ । ଏଥିରୁ ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କକୁ ୫,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।