ଏହି କମ୍ପାନୀର ଅଂଶଧନ ମୂଲ୍ୟରେ ୮୮୦ ପ୍ରତିଶତ ବୃଦ୍ଧି ଘଟିଛି

ଏହି କମ୍ପାନୀର ଅଂଶଧନ ମୂଲ୍ୟରେ ୮୮୦ ପ୍ରତିଶତ ବୃଦ୍ଧି ଘଟିଛି

ଏହି କମ୍ପାନୀର ଅଂଶଧନ ମୂଲ୍ୟରେ ୮୮୦ ପ୍ରତିଶତ ବୃଦ୍ଧି ଘଟିଛି
ସିଙ୍ଗାପୁର : ଏପରି ଏକ କମ୍ପାନୀ ଯାହାର ଅଂଶଧନ ମୂଲ୍ୟରେ ପ୍ରାୟ ୮୮୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ତେବେ ଏହି କମ୍ପାନୀଟି ଟେସ୍ଲା କିମ୍ବା ଫାଙ୍ଗ ନୁହେଁ । ଏହା ଏକ ଅନ୍ଲାଇନ୍ ଗେମିଙ୍ଗ କମ୍ପାନୀ । ଏପରିକି ଟେନ୍ସେଣ୍ଟ ଅଥବା ଅଲିବାବା ମଧ୍ୟ ନୁହେଁ, ସି ଲିମିଟେଡ୍ ନାମକ ସିଙ୍ଗାପୁରର ଏହି କ୍ଷୁଦ୍ର ଗେମିଙ୍ଗ କମ୍ପାନୀର ଅଂଶଧନ ମୂଲ୍ୟରେ ୮୮୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ବିଗତ ୧୮ ମାସ ମଧ୍ୟରେ କମ୍ପାନୀ ଏହି ସଫଳତା ହାସଲ କରିଛି । କରୋନା ଭାଇରସ୍ର ପ୍ରକୋପ ବଢିବା ପରଠାରୁ ଏହ କମ୍ପାନୀର ଅଂଶଧନ ମୂଲ୍ୟ ନିୟମିତ ବଢିବା ସହିତ ଏହା ଇଣ୍ଟ୍ରା ଡେ ନିବେଶକଙ୍କୁ ଫାଇଦା ପ୍ରଦାନ କରୁଛି । ତେବେ କମ୍ପାନୀର ଏହି ପ୍ରଦର୍ଶନ କେତେ ଦିନ ଯାଏଁ ବଳବତ୍ତର ରହିବ ଏହାକୁ ନେଇ ଆଶଙ୍କା ରହିଛି । କମ୍ପାନୀର ଏହି ପ୍ରଦର୍ଶନକୁ ନେଇ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଫରେଷ୍ଟ ଲି ଖୁସି ଜାହିର କରିଛନ୍ତି । ଏହି ପ୍ରଦର୍ଶନ ଜାରି ରହିଲେ କମ୍ପାନୀ ଆଗାମୀ ଦିନରେ ଟେନ୍ସେଣ୍ଟ ଏବଂ ଅଲିବାବାକୁ ଅତିକ୍ରମ କରି ଏସିଆର ଏକ ନମ୍ବର ଗେମିଂ କମ୍ପାନୀ ହୋଇ ପାରିବ ବୋଲି ଲି ମତ ଦେଇଛନ୍ତି ।