ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୩୫

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୩୫

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୩୫
ଭୁବନେଶ୍ୱର : ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୩୫ରେ ପହଞ୍ଚିଛି । ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କର ମୃତ୍ୟଗୁ ଘଟିଥିବା ବେଳେ ସୁନ୍ଦରଗଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତିତ ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନୟାଗଡ ଏବଂ ନବରଙ୍ଗପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ଜନିତ ମୃତ୍ୟୁ ଘଟିଛି । ଗଞ୍ଜାମର ତିନି ମୃତକ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୫୪, ୪୦ ଏବଂ ୪୫ । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୪ ବର୍ଷୀୟ ପୁରୁଷଥିବାବେଳେ ଅନ୍ୟ ଜଣେ ୨୮ ବର୍ଷୀୟା ଯୁବତୀ ରହିଛନ୍ତି । ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ରହିଛି ।ଭଦକ୍ରରୁ ଜଣେ ୫୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ ୬୧ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି କେଉଁଝରରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ ବୋଲି ସୂଚନା ରହିଛି । ସେହିପରି ନୟାଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୩୯ ବର୍ଷ ବୋଲି ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ସଂଖ୍ୟା ୨୩୫କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଥିବାବେଳେ ଭଦ୍ରକରେ ତିନି, କେନ୍ଦୁଝରରରେ୨, ନୟାଗଡରେ ୪, ଭଦ୍ରକରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାବେଳେ ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି ।