ରାଜ୍ୟରେ ୧୬୯୯ ନୂତନ ଆକ୍ରାନ୍ତ ଚିହ୍ନଟ : ୪୦ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୧୬୯୯ ନୂତନ ଆକ୍ରାନ୍ତ ଚିହ୍ନଟ : ୪୦ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୧୬୯୯ ନୂତନ ଆକ୍ରାନ୍ତ ଚିହ୍ନଟ : ୪୦ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ଆଜି ରାଜ୍ୟରୁ ୧୬୯୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି । ୨୯ ଜିଲ୍ଲାରୁ ୧୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟ୍ଧବନ୍ ସେଣ୍ଟରରୁ ଏବଂ ୬୨୬ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୭, ବାଲେଶ୍ୱରରୁ ୧୭, ବରଗଡରୁ ୮୨, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୮, କଟକରୁ ୧୦୫, ଢେଙ୍କାନାଳରୁ ୨୭, ଗଜପତିରୁ ୫୯, ଗଞ୍ଜାମରୁ ୨୬୮, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୪୧, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡରୁ ୨୫, ନୂଆପଡାାରୁ ୩, ପୁରୀରୁ ୬୭, ରାୟଗଡାରୁ ୧୯, ସମ୍ବଲପୁରରୁ ୧୦୧, ସୋନପୁରରୁ ୧୦ ଏବଂ ସୁନ୍ଦରଗଡରୁ ୧୭୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୬ ଲକ୍ଷ ୫୯୧ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୧୭ ରହିଛି । ଏହା ମଧ୍ୟରୁ ୨୫୭୩୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୦୦ ରହିଛି ।