୨୫୦୦ ଟଙ୍କିଆ ୫ଜି ଫୋନ ଆଣିବ ଜିଓ

୨୫୦୦ ଟଙ୍କିଆ ୫ଜି ଫୋନ ଆଣିବ ଜିଓ

୨୫୦୦ ଟଙ୍କିଆ ୫ଜି ଫୋନ ଆଣିବ ଜିଓ
ନୂଆଦିଲ୍ଲୀ: ମୋବାଇଲ ଭଏସ ଏବଂ ଡାଟା ସେବା କ୍ଷେତ୍ରରେ ବିପ୍ଲବ ଆଣିଥିବା ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଖୁବଶୀଘ୍ର ଶସ୍ତା ୫ଜି ସ୍ମାର୍ଟଫୋନ ଉପଲବ୍ଧ କରାଇବ । ପ୍ରାଥମିକ ଭାବେ ଏହାର ଦାମ ୫ ହଜାର ଟଙ୍କାରୁ କମ ରହିବ । ପରେ ଏହା ୨୫୦୦-୩୦୦୦ ଟଙ୍କାକୁ ହ୍ରାସ ପାଇବ । କମ୍ପାନୀର ଜଣେ କର୍ମଚାରୀ ଏଭଳି ସୂଚନା ଦେଇଛନ୍ତି । ଦେଶରେ ୪ଜି ନେଟୱାର୍କ ଉପଲବ୍ଧ ସତ୍ତ୍ୱେ ଏବେ ବି ୨ଜି ସେବା ବ୍ୟବହାର କରୁଥିବା ଲୋକଙ୍କୁ ରିଲାଏନ୍ସ ଜିଓ ଟାର୍ଗେଟ କରିଛି । ଏହି ପରିପ୍ରେକ୍ଷୀରେ ୨୦-୩୦ କୋଟି ଗ୍ରାହକଙ୍କୁ ସିଧାସଳଖ ୪ ଜି କିମ୍ବା ୫ ଜି ନେଟୱାର୍କକୁ ଟାଣିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । କର୍ମଚାରୀ ଜଣକ କହିଛନ୍ତି ଜିଓ ୫ ହଜାର ଟଙ୍କାରୁ କମ ଦରରେ ୫ ଜି ସ୍ମାର୍ଟ ଫୋନ ଆଣିବାକୁ ଚାହୁଁଛି । ଏହାର ବିକି୍ର ବୃଦ୍ଧି ପାଇବା ପରେ ଏହାକୁ ୨୫୦୦ ରୁ ୩ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ କରାଯିବ । ବର୍ତ୍ତମାନ ଭାରତରେ ଉପଲବ୍ଧ ହେଉଥିବା ୫ଜି ସ୍ମାର୍ଟଫୋନ ଗୁଡ଼ିକର ଦାମ ୨୭ ହଜାର ଟଙ୍କାରୁ ଆରମ୍ଭ । ତେଣୁ ଶସ୍ତା ୫ଜି ସ୍ମାର୍ଟଫୋନ ଆଣି ରିଲାଏନ୍ସ ଜିଓ ଏ କ୍ଷେତ୍ରରେ ବିପ୍ଲବ ଆଣିବ ।