ଜନଗହଳି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଜନଗହଳି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଜନଗହଳି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମ କରି ସ୍ୱୀକାର କରିଛନ୍ତି । ରବିବାର ସାପ୍ତାହିକ ‘ସନଡେ ସମ୍ବାଦ’କାର୍ଯ୍ୟକ୍ରମରେ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇଛି ତେବେ ଏହି ଗୋଷ୍ଠୀ ସଂକ୍ରମଣ ନିର୍ଦ୍ଧିଷ୍ଟ କେତେକ ଜିଲ୍ଲା ଓ ରାଜ୍ୟରେ ସୀମିତ ରହିଛି । ବିଶେଷ କରି ଅଧିକ ଜନଗହଳି ଅଞ୍ଚଳରେ ଏହି ଗୋଷ୍ଠୀ ସଂକ୍ରମଣ ହୋଇଛି । ସାରା ଦେଶରେ ଏହି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ସମ୍ପର୍କରେ କରାଯାଇଥିବା ପ୍ରଶ୍ନ ଉପରେ ହର୍ଷବର୍ଦ୍ଧନ ଏପରି ସ୍ୱୀକାର କରିଛନ୍ତି । କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣକୁ କେନ୍ଦ୍ର ସରକାର ବାରମ୍ବାର ଅସ୍ୱୀକାର କରି ଆସୁଥିବା ବେଳେ ହର୍ଷବର୍ଦ୍ଧନ ପ୍ରଥମ କରି ଏପରି ସ୍ୱୀକାର କରିଛନ୍ତି ।