ଟି.ଏନ୍. ଶେନାଙ୍କ ପରଲୋକ

ଟି.ଏନ୍. ଶେନାଙ୍କ ପରଲୋକ

 ଟି.ଏନ୍. ଶେନାଙ୍କ ପରଲୋକ
ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନ୍ଙ୍କର ଆଜି ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସମୟରେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଅଣାଯାଇ ପାରିଥିଲା । କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ନିରପେକ୍ଷତା, ନିଷ୍ଠାପରତା, ସ୍ୱଚ୍ଛତା ତାଙ୍କର ପରିଚୟ ଥିଲା । ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ୱ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ଥିଲେ । ଡିସେମ୍ବର ୧୯୩୨ରେ କେରଳର ପକ୍କଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶେଷାନ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନ (ସାଧାରଣ ପ୍ରଶାସନ)ରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିଥିଲେ । ୧୯୯୬ରେ ସେ ରମନ୍ ମାଗାସେସ୍ ପୁରସ୍କାର ଲାଭ କରିଥିଲେ । ମାତ୍ର ତାଙ୍କ ଶେଷ ଜୀବନ ବେଶ ବେଶ ଯନ୍ତ୍ରଣାଦାୟକ ଥିଲା । ନିଃସନ୍ତାନ ଥିବା ଶେଷାନ ଶେଷ ଜୀବନରେ ବୃଦ୍ଧାଶ୍ରମରେ ରହୁଥିଲେ ।