ବଢିଲା ପରିବା ଦର: ଗ୍ରାହକ ହନ୍ତସନ୍ତ

ବଢିଲା ପରିବା ଦର: ଗ୍ରାହକ ହନ୍ତସନ୍ତ

ବଢିଲା ପରିବା ଦର: ଗ୍ରାହକ ହନ୍ତସନ୍ତ
ଭୁବନେଶ୍ୱର : ଫୋନି ପରେ ଏବେ ପରିବା କିଣିବା ବଡ ମୁସ୍କିଲ ହୋଇ ପଡିଛି । ଯେଉଁ ପରିବାରେ ହାତ ମାରିଲେ ସେ ପରିବା ଦର ଦୁଇ ଗୁଣା । କେଉଁ ପରିବାକୁ କିଣିବା ଆଉ କେଉଁ ପରିବା ଖାଇବା ତାହା ଏବେ କଷ୍ଟକର ହୋଇପଡିଛି । ବାତ୍ୟା ଫୋନି ପରେ ପରିବା ବଜାରରେ ନିଆଁ। ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇ ଗୁଣା ବଢିଲାଣି ପରିବା ଦର। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ପୋଟଳ କିଲୋ ୬୦ଟଙ୍କା ହୋଇଥିବାବେଳେ ବାଇଗଣ ବି ୫୦ ଛୁଇଁଛି। ସେହିପରି ଭେଣ୍ଡି ୬୦, ଜହ୍ନି ୭୦, ବିଲାତି ୬୦ ଓ କାକୁଡି କିଲୋପ୍ରତି ୫୦ ଟଙ୍କା ରହିଛି। ଫଳରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ୫୦୦ଟଙ୍କାରେ ବି ବ୍ୟାଗ ଅଧା ହେଉନି। ଫୋନି ପ୍ରଭାବରେ ବିଭିନ୍ନ ସ୍ଥାନରେ ଚାଷ ଜମିରେ ପାଣି ପଶି ପରିବା ନଷ୍ଟ ହୋଇଯାଇଛି। ଫଳରେ ଆବଶ୍ୟକ ଅନୁସାରେ ପରିବା ମିଳୁନଥିବାବେଳେ ଦର ବଢିବାରେ ଲାଗିଛି।