ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଭାବେ ନିୟନ୍ତ୍ରଣରେ ଅଛି : ମନ୍ତ୍ରୀ

ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଭାବେ ନିୟନ୍ତ୍ରଣରେ ଅଛି : ମନ୍ତ୍ରୀ

ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଭାବେ ନିୟନ୍ତ୍ରଣରେ ଅଛି : ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ଶନିବାର ବିଧାନସଭାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ତିର୍ତ୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ହୋଇଛି । ଆତଙ୍କୀ କାର୍ଯ୍ୟକଳାପ କମିଛି । ରାଜ୍ୟରେ ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ରହିଛି ବୋଲି ଶନିବାର ବିଧାନସଭାରେ ଉତ୍ତର ରଖି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଅନ୍ୟପଟେ ତୈଳ, ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଅଶୋଧିତ ତୈଳ ଦର କମ ଥିବାବେଳେ ତୈଳ ଦର ବୃଦ୍ଧିକୁ ନେଇ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ପଡେ଼ାଶୀ ଦେଶରେ କମ ଦାମରେ ମିଳୁଥିବାବେଳେ ଭାରତରେ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଏସଟିରେ କାହିଁକି ଅନ୍ତର୍ଭୁକ୍ତ କରାଗଲାନି ବୋଲି ନରସିଂହ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ଏଥିସହ ଦର କମାଇବାକୁ ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି ।