ଦାତାଙ୍କୁ ନବୀନଙ୍କ ଧନ୍ୟବାଦ

ଦାତାଙ୍କୁ ନବୀନଙ୍କ ଧନ୍ୟବାଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ପୁରୀରେ ତାଣ୍ଡବ ରଚିଛି ବାତ୍ୟା ‘ଫନି’ । ବାତ୍ୟାରେ ଅନେକ ଲୋକ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ଓଡ଼ିଶାବାସୀଙ୍କୁ ସହାୟତା ଦେବା ପାଇଁ ଅନେକ ରାଜ୍ୟ ଓ ଜନସାଧାରଣ ଆଗେଇ ଆସିଛନ୍ତି । ତେବେ ‘ଫନି’ର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଦାନ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଧନ୍ୟବାଦ ଜଣାଇଛନ୍ତି । ସିଏମଓ ଓଡ଼ିଶା ଟ୍ୱିଟର ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦାନ କରିଥିବା ମହାନ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ଫନି’ ପ୍ରଭାବିତ ଓଡ଼ିଶାକୁ ପୁଣିଥରେ ଗଢିବା ପାଇଁ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଓଡ଼ିଶାକୁ ପୁଣିଥରେ ନୂଆ କରି ଗଢିବାରେ ସାହାଯ୍ୟ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ପ୍ରକାଶ ଯେ, ଓଡ଼ିଶାକୁ ଅନେକ ରାଜ୍ୟ ସହ ବିଶିଷ୍ଟ ବ୍ୟକ୍ତିମାନେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।