ବାରିମୂଳ ଆଶ୍ରମରେ ଇଡି ପକ୍ଷରୁ ଚଢାଉ

ବାରିମୂଳ ଆଶ୍ରମରେ ଇଡି ପକ୍ଷରୁ ଚଢାଉ

ବାରିମୂଳ ଆଶ୍ରମରେ ଇଡି ପକ୍ଷରୁ ଚଢାଉ
କେନ୍ଦ୍ରାପଡ଼ା: ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଜାମିନରେ ଜେଲରୁ ବାହାରିବା ପରେ ବାବା ଯେତିକି ଖୁସି ହୋଇନଥିଲେ ତା ଠାରୁ ଅଧିକ ତାଙ୍କ ଭକ୍ତମାନେ ଉତ୍ସାହିତ ହୋଇପଡ଼ିଥିଲେ । ତେବେ ସେ ଉତ୍ସାହରେ ଏବେ ଭଟ୍ଟା ପଡ଼ିବାକୁ ଯାଉଥିବା କୁହାଯାଉଛି । କାରଣ ସାରଥୀଙ୍କ ଉପରେ ନଜର ରଖିବା ସମ୍ପର୍କରେ ଗତକାଲି କ୍ରାଇମବ୍ରାଞ୍ଚ ଏଡିଜେ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିବାବେଳେ ଆଜି ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ପହଞ୍ଚିଥିବା ଜଣାଯାଇଛି । ଆଜି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟର ୪ଜଣିଆ ଟିମ ଆଶ୍ରମରେ ପହଞ୍ଚି ଏକ ନୋଟିସ ଲଗାଇଛନ୍ତି । ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ନୋଟିସ ଉଲ୍ଲେଖ ରହିଛି । ଏହାଛଡ଼ା ଉକ୍ତ ନୋଟିସରେ ସାରଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଉଲ୍ଲେଖ ରହିଛି । ପ୍ରକାଶ ଯେ, ଗତକାଲି କ୍ରାଇମବ୍ରାଞ୍ଚ ସ୍କାନରରେ ସାରଥୀ ରହିବେ ବୋଲି ସୂଚନା ଦିଆଯାଇଥିଲା । ବେଲ ବଣ୍ଡ ସର୍ତ୍ତ ପଳନ କରୁଛନ୍ତି କି ନାହିଁ କ୍ରାଇମବ୍ରାଞ୍ଚ ତାହାର ଅନୁଧ୍ୟାନ କରିବ । ସାରଥୀ ସର୍ତ୍ତ ପାଳନ ନକଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜେ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ । ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ସୋମବାର, ସାରଥୀଙ୍କୁ ତୃତୀୟ ମାମଲାରେ ଜାମିନ୍ ଦେଇଥିଲେ ହାଇକୋର୍ଟ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ । ତେବେ ଜାମିନ୍ ମଂଜୁର କରିବା ସହ ସର୍ତ୍ତ ରଖିଥିଲେ ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସର୍ତ୍ତ ମୂତାବକ, ସାରଥୀ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ । ଧାର୍ମିକ ସମାବେଶ ଓ କାର୍ୟ୍ୟକ୍ରମରେ ଯୋଗଦେବେ ନାହିଁ । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ ।