ସହରରେ ବୁଲୁଛି ଭାଲୁ

ସହରରେ ବୁଲୁଛି ଭାଲୁ

ସହରରେ ବୁଲୁଛି ଭାଲୁ
ନବରଙ୍ଗପୁର : ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଓ ଜାମାଲ କଲୋନୀରେ କିଛି ଦିନ ହେଲା ୪ଟି ଭାଲୁ ସନ୍ଧ୍ୟା ହେବା ମାତ୍ରେ ପଶି ଆସି ବୁଲୁଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପରେ ବାହାରକୁ ବାହାରିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରାୟ ଏକ ସପ୍ତାହ ଧରି ଦୁଇଟି ଭାଲୁ ଜାମାଲ କଲୋନୀରେ ଚଳପ୍ରଚଳ କରୁଥିବାରୁ କଲୋନୀବାସୀଙ୍କର ଅଭିଯୋଗ କ୍ରମେ ବନବିଭାଗ ପକ୍ଷରୁ ଭାଲୁ ଧରିବାକୁ ଯନ୍ତା ବସାଯାଇଛି। ଭାଲୁ ଧରିବା ପାଇଁ ଯନ୍ତାରେ ଖାଦ୍ୟ ଦିଆଯାଇଥିଲେ ମଧ୍ୟ ଭାଲୁ ଏହା ନିକଟକୁ ଆସୁନଥିବାରୁ ଏହା ସଭିଁଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ସେହିପରି ଅନ୍ୟ ଦୁଇଟି ଭାଲୁ ସହରର ମିର୍ଗାନଗୁଡ଼ା ଅଞ୍ଚଳରେ ସନ୍ଧ୍ୟା ହେଲେ ବୁଲୁଛନ୍ତି। ଫଳରେ ଏହି ଅଞ୍ଚଳବାସୀ ମାନେ ମଧ୍ୟ ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଜିଲା ମୁଖ୍ୟଡ଼ାକ୍ତରଖାନାର ରାସ୍ତାରେ ଭାଲୁ ଚଳପ୍ରଚଳ କରୁଥିବାରୁ ଡ଼ାକ୍ତରଖାନାକୁ ଯାଉଥିବା ରୋଗୀଙ୍କ ପାଇଁ ଏହା ବିପଦର କାରଣ ପାଲଟିଛି।