୩ ବର୍ଷରେ ୫ ଥର କୃଷି କ୍ୟାବିନେଟ୍

୩ ବର୍ଷରେ ୫ ଥର କୃଷି କ୍ୟାବିନେଟ୍

୩ ବର୍ଷରେ ୫ ଥର କୃଷି କ୍ୟାବିନେଟ୍
ଭୁବନେଶ୍ୱର : ୨୦୧୬ ମସିହା ଫେବୃୟାରୀ ୨୬ ତାରିଖରେ ରାଜ୍ୟ ସରକାର କୃଷି କ୍ୟାବିନେଟ ଗଠନ କରିଥିଲେ । ଉଦ୍ଦେଶ୍ୟ ଥିଲା କୃଷକଙ୍କ ବହୁବିଧ କଲ୍ୟାଣ, ପୁଞ୍ଜିନିବେଶ ଓ ନିଯୁକ୍ତି ସୃଷ୍ଟି । ଗତ ତିନି ବର୍ଷରେ କୃଷି କ୍ୟାବିନେଟ ବୈଠକ ୫ ଥର ବସିଛି । ୨୦୧୬ ରେ ତିନି ଥର ୨୦୧୭ ରେ ଦୁଇ ଥର କ୍ୟାବିନେଟ ବୈଠକ ହୋଇଛି । ୨୦୧୮ ରେ ବୈଠକ ଆଦୌ ହୋଇ ନଥିବା ବେଳେ ୨୦୧୯ରେ ବି ଏ ପର୍ଯ୍ୟନ୍ତ ହୋଇନାହିଁ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି କୃଷି କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଏମଜିଏନଆରଇଜିଏସ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ୍ୟ କୃଷି କର୍ମଚାରୀ ସପ୍ତାହରେ ଗୋଟିଏ ନିର୍ଦ୍ଦିଷ୍ଟି ଦିନରେ କୃଷକ ସମ୍ପର୍କ ଶିବିର ମାଧ୍ୟମରେ ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ପରାମର୍ଶ ଦେବା, ବ୍ଲକ ସ୍ତରରେ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀଙ୍କ ମିଳିତ ବୈଠକ ପ୍ରତ୍ୟେକ ମାସରେ ଥରେ ଓ ଖରିଫ ଋତୁରେ ମାସିକ ଦୁଇ ଥର ଏବଂ ରାଜ୍ୟ ସ୍ତରରେ ପ୍ରତି ତିନି ମାସ ବ୍ୟବଧାନରେ କୃଷି ସମ୍ପ୍ରସାରଣ ଓ ଗବେଷଣା ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥାଏ । ଏହା ବାଦ ଚାଷୀଙ୍କ ବିହନ ଯୋଗାଣ ଜନିତ ରହାତିକୁ ଡିବିଟି ମାଧ୍ୟମରେ ପ୍ରଦାନ କରିବା, ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର, ଫିଲିପାଇନ୍ସ ସହଯୋଗିତାରେ କୃଷିର ବିକାଶ ନିମନ୍ତେ ପଦକ୍ଷେପ ନିଆଯାଇଛି । ରୋଗପୋକ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟ ସହ ତୁଳନା କରି ଚାଷୀମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି ।