ଛୁଟି ଦିନରେ କରି ହେବ ଗାଡ଼ି କାଗଜପତ୍ର

ଛୁଟି ଦିନରେ କରି ହେବ ଗାଡ଼ି କାଗଜପତ୍ର

ଛୁଟି ଦିନରେ କରି ହେବ ଗାଡ଼ି କାଗଜପତ୍ର
ଭୁବନେଶ୍ୱର: ନୂଆ ମୋଟର ଭେଇକିଲ୍‌ ଆକ୍ଟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି । ଏଥିପାଇଁ ଛୁଟି ଦିନରେ ଏସମ୍ପର୍କିତ ସମସ୍ତ ଅଫିସ୍‌ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ । ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ୟ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ତେବେ ଆଦାୟ ଜରିମାନା ଅର୍ଥରାଶିକୁ ଫେରାଇବାକୁ ବିରୋଧି କରିଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି । ଆଦାୟ ହୋଇଥିବା ଜରିମାନା ଟଙ୍କା ଫେରସ୍ତ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟଭାବରେ କହି ଦେଇଛନ୍ତି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହରିଶପୁରରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ କାଳିଆ ମାନ୍ନା ଓରଫ୍‌ ଲବକୁ ଫାଶିଦଣ୍ଡା ଦେଶ ଶୁଣାଇଛନ୍ତି ଅଦାଲତ । ଏହି ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଦେଇଛନ୍ତି । ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ଗଡ଼ହରିଶପୁର ନିକଟ ଏକ କାଜୁ ଜଙ୍ଗଲରୁ ଏକ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିଲ । ତାକୁ ଅତି ଅମାନୁଷିକ ଭାବେ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା କାଳିଆ ମାନ୍ନାକୁ କଟକରୁ ପୋଲିସ ଗିରଫ କରିଥିଲା । ଏହା ପରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ଶୁଣାଣୀ କରିଥିଲେ ।