ଆଜିଠୁ ବସରେ ମାଗଣା ଓଡ଼ିଆ ଖବରକାଗଜ ବ୍ୟବସ୍ଥା ଆରମ୍ଭ

ଆଜିଠୁ ବସରେ ମାଗଣା ଓଡ଼ିଆ ଖବରକାଗଜ ବ୍ୟବସ୍ଥା ଆରମ୍ଭ

ଆଜିଠୁ ବସରେ ମାଗଣା ଓଡ଼ିଆ ଖବରକାଗଜ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର: ଆଜି ଠାରୁ ବସରେ ମାଗଣାରେ ଓଡ଼ିଆ ଖବରକାଗଜ ପଢିହେବ । ମୋ ବସରେ ଓଡ଼ିଆ ଖବରକାଗଜ ପଢ଼ିବାର ସୁଯୋଗ । ସେପ୍ଟେମ୍ବର ୧ ତାରିଖରୁ ‘ନିଉଜପେପର ଅନ ହୁଇଲସ’ ସେବାର ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ପ୍ରଥମ ପର୍ୟ୍ୟାୟରେ ୪୪ଟି ଏସି ବସରେ ଏହି ସେବା ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ଯାତ୍ରୀଙ୍କ ପାଇଁ ଇଂରାଜୀ ଖବରକାଗଜର ବ୍ୟବସ୍ଥା କରାଯାଇଥିବାବେଳେ ଆଜିଠାରୁ ଓଡ଼ିଆ ଖବରକାଗଜ ମଧ୍ୟ ଉପଲବ୍ଧ କରାଯାଇଛି । ଏଠାରେ ସୂଚନା ଥାଉ କି ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରାଯାଇଥିଲା । ବର୍ତ୍ତମାନ ୨୦୦ ଟି ମୋ ବସ ଯାତାୟାତ କରୁଥିବାବେଳେ ପ୍ରତିଦିନ ୭୫ ହଜାର ଲୋକ ମୋ ବସରେ ଯାତ୍ରା କରୁଛନ୍ତି ଜ୍ଝ ମୋ ବସରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।