ବିଜେଡିରୁ ଇସ୍ତଫା ଦେଲେ ତ୍ରିନାଥ ଗମାଙ୍ଗ

ବିଜେଡିରୁ ଇସ୍ତଫା ଦେଲେ ତ୍ରିନାଥ ଗମାଙ୍ଗ

ବିଜେଡିରୁ ଇସ୍ତଫା ଦେଲେ ତ୍ରିନାଥ ଗମାଙ୍ଗ
ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ପୁଣି ଜଣେ ରାଜନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ବିଜେଡି ଛାଡ଼ିଛନ୍ତି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ସେ ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖକୁ ପଠାଇଦେଇଛନ୍ତି । ପ୍ରକାଶ ଯେ, ତ୍ରିନାଥ ଗମାଙ୍ଗ ଗତ ନିର୍ବାଚନରେ ବିଜେଡି ଟିକେଟରେ ଲଢିଥିଲେ । ତାଙ୍କୁ ୫୯ ହଜାର ୫୨୭ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ପୁରୁଷୋତ୍ତମ ଗମାଙ୍ଗକୁ ୫୨ ହଜାରରୁ ଅଧିକ ଭୋଟ ମିଳିଥିଲା । ଆଜି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଗୁଣୁପୁରରୁ ତାଙ୍କୁ ଏଥର ପ୍ରାର୍ଥୀ କରାଯିବ ନାହିଁ ବୋଲି ଜାଣିବା ପରେ ସେ ଦଳ ଛାଡ଼ିଛନ୍ତି । ସମ୍ଭବତଃ ସେ ବିଜେପିରେ ଯୋଗଦେଇ ଟିକେଟ ନେଇ ପାରନ୍ତି ବୋଲି କୁହାଯାଉଛି ।