ସିଇଓ କାଳିଆ ଟଙ୍କା ଅଟକାଉଛନ୍ତି: ବିଜେଡି

ସିଇଓ କାଳିଆ ଟଙ୍କା ଅଟକାଉଛନ୍ତି: ବିଜେଡି

ସିଇଓ କାଳିଆ ଟଙ୍କା ଅଟକାଉଛନ୍ତି: ବିଜେଡି
ଭୁବନେଶ୍ୱର: କାଳିଆ ଟଙ୍କା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ କଲେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଚାପରେ କାଳିଆ ଟଙ୍କାକୁ ଅଟକାଇ ରଖିଛନ୍ତ ସିଇଓ । ନିର୍ବାଚନ ଆଚରଣ ବିଧି ଆଳ ଦେଖାଇ ସିଇଓ କାଳିଆ ଟଙ୍କା ପହଞ୍ଚାଇବାକୁ ଅନୁମତି ଦେଉନାହାନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, ହିତାଧିକାରୀଙ୍କ ନିକଟରେ କାଳିଆ ଟଙ୍କା ପହଞ୍ଚାଇବାକୁ ନିର୍ବାଚନ ପୂର୍ବରୁ ପ୍ରାଶାସନିକସ୍ତରରେ ସବୁ ଅନୁମତି ନିଆଯାଇଛି । ତେବେ ପ୍ରାସନିକ ଅନୁମତି ସତ୍ତ୍ୱେ ସିଇଓଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ବିଜେପି ଚାପରେ ସିଇଓ ଏଭଳି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ପିଏମ କିଷାନ ଯୋଜନାକୁ ଚାଲୁ ରଖୁଥିବା ବେଳେ କାଳିଆ ଟଙ୍କାକୁ ଅଟକା ଯାଉଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ଓଡିଶା ଚାଷୀକୂଳ ଏହାକୁ କଦାପି କ୍ଷମା ଦେବେନି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।