ବୁଧବାର ଶପଥ ନେବେ ନବୀନ

ବୁଧବାର ଶପଥ ନେବେ ନବୀନ

ବୁଧବାର ଶପଥ ନେବେ ନବୀନ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ସମ୍ପର୍କରେ ସୋମବାର ରାଜଭବନ ପକ୍ଷରୁ ବିଧିବଦ୍ଧଭାବେ ପ୍ରେସନୋଟ ଜାରି ହୋଇଛି । ତଦନୁଯାୟୀ ଆସନ୍ତା ବୁଧବାର ଆର୍ଥାତ ୨୯ ତାରିଖ ଦିନ ୧୦.୩୦ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ପ୍ରକାଶ ଯେ, ଗତକାଲି ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନବୀନ ଦଳର ନେତାଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନବୀନ । ଏଥିସହ ୧୧୨ ଜଣ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକ ଲଗାତାର ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ଚଳିତ ଲୋକସଭା ସହ ରାଜ୍ୟ ବିଧାନସଭା ପାଇଁ ୪ଟି ପର୍ୟ୍ୟାୟରେ ହୋଇଥିବା ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ବିଜେଡି ୧୪୬ଟି ଆସନ ମଧ୍ୟରୁ ୧୧୨ଟି ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।