ଆଇଆଇସିଙ୍କୁ ଘେରି ମାରିଲେ ମହିଳା

ଆଇଆଇସିଙ୍କୁ ଘେରି ମାରିଲେ ମହିଳା

ଆଇଆଇସିଙ୍କୁ ଘେରି ମାରିଲେ ମହିଳା
ଆଠଗଡ଼: ପୁଲିସକୁ ମାଡ଼ । ଆଉ ମାଡ଼ ମାରିଛନ୍ତି କିଛି ମହିଳା । ଗୋଷ୍ଠୀ ସଂଘର୍ଷ ପରେ ଗୁରୁଡ଼ିଝାଟିଆ ଥାନା ଆଇଆଇସିଙ୍କୁ ଆକ୍ରମଣ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ପାଚେରୀ ନିର୍ମାଣକୁ କେନ୍ଦ୍ରକରି ଗତକାଲି ବାଳି ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏନେଇ ପରସ୍ପର ବିରୋଧରେ ଉଭୟ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ଗୋଟିଏ ଗୋଷ୍ଠୀର କିଛି ମହିଳା ଥାନାକୁ ଯାଇ ଆଇଆଇସିଙ୍କୁ ଭେଟିଥିଲେ । ଅପରପକ୍ଷର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସେମାନେ ଆଇଆଇସିଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ଜଣାଯାଇଛି ।