ଧାନ କାଟିବାକୁ ଯାଇ ବାରାହା ଆକ୍ରମଣର ଶିକାର ହେଲେ ୨ଚାଷୀ

ଧାନ କାଟିବାକୁ ଯାଇ ବାରାହା ଆକ୍ରମଣର ଶିକାର ହେଲେ ୨ଚାଷୀ

ଧାନ କାଟିବାକୁ ଯାଇ ବାରାହା ଆକ୍ରମଣର ଶିକାର ହେଲେ ୨ଚାଷୀ
ନରସିଂହପୁର - ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ଅଧିନ ଠେଙ୍ଗାପଲ୍ଲୀ ଗହୀର ରେ ଧାନ କାଟୁଥିବା ସମୟରେ ଦୁଇ ଜଣ ଚାଷୀଙ୍କୁ ବାରାହା ଆକ୍ରମଣ କରିଛି, ଫଳରେ ଦୁଇ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଯାଇଛନ୍ତି, ସୂଚନା ରୁ ପ୍ରକାଶ ଯେ ବୁଧବାର ଦିନ ପ୍ରାୟ ଦଶ ରୁ ସାଢ଼େ ଦଶଟା ସମୟ ରେ ଠେଙ୍ଗାପଲ୍ଲୀ ଗ୍ରାମର ଦେବରାଜ ମିଶ୍ର 79 ବର୍ଷ ଓ ସୁରେଶ କୁମାର ସାହୁ 40 ବର୍ଷ ଘର ପାଖରେ ଥିବା ବିଲ ରୁ ଧାନ କାଟୁଥିବା ସମୟରେ ଗୋଟିଏ ବାରାହା ହଠାତ ଧାନ ବିଲରୁ ବାହାରି ଦେବରାଜ ଓ ସୁରେଶ ଙ୍କୁ ଆକ୍ରମଣ କରିଥିଲା ଦେବରାଜ ଏକ ବାଡ଼ିରେ ବାଡେଇ ନିଜକୁ ଆତ୍ମରକ୍ଷା କରିଥିଲେ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ବୁଲା କୁକୁର ଆସି ଭୋକିବା କାରଣରୁ ବାରାହା କବଳରୁ ଉଦ୍ଧାର କରିଥିଲେ,ଦେବରାଜ୍ ଙ୍କର ଦୁଇ ଆଣ୍ଠୁ ଓ ସୁରେଶ ଙ୍କର ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲା ବାର୍ ହା ଉଭୟ ଙ୍କୁ ଗ୍ରାମବାସୀ ଉଦ୍ଧାର କରି ନରସିଂହପୁର ମେଡ଼ିକାଲ କୁ ଆଣି ଚିକିତ୍ସା କରିଥିଲେ,ଲୋକଙ୍କ ଉପସ୍ଥିତି ଓ ଉଦ୍ଧାର ପାଇଁ ସୁରେଶ ବାରାହା ଆକ୍ରମଣରୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ଗିରିଧାରୀ ବେହେରା କହିଛନ୍ତି, ପ୍ରକାଶ ଯେ ବାରାହା ଙ୍କ ଉପଦ୍ରବ ଯୋଗୁଁ ଫସଲ ସବୁ ଉଜୁଡିବା ସହ ବନ ବିଭାଗ ପକ୍ଷରୁ କୌଣସି କ୍ଷତି ପୂରଣ ମିଳୁନି ଏବଂ ବିଭିନ୍ନ ସମୟ ରେ ଲୋକମାନେ ଆକ୍ରମଣ ର ଶିକାର ହେଉଛନ୍ତିଯାହା ଫଳରେ ଚାଷୀ ଙ୍କ ମଧ୍ୟରେ ଏକ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି, ଖବର ପାଇ ଆଜି ବନ ବିଭାଗ ଅଧିକାରୀ ବିଭୁ ରଞ୍ଜନ ରାୟ ମେଡ଼ିକାଲ ରେ ପହଁଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି, ଏବଂ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।