୩ ଦିନ ଯାଏ ଘନ କୁହୁଡ଼ି
୩ ଦିନ ଯାଏ ଘନ କୁହୁଡ଼ି
admin
Nov 27, 2019 - 10:22
Updated: Nov 27, 2019 - 10:22
ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ । ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୨୭ ତାରିଖରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସୋନପୁର ଓ ବୌଦ୍ଧରେ ଘନ କୁହଡ଼ି ହେବ । ସେହିପରି ୨୮ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ । ୨୯ରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ କୁହୁଡ଼ି ପଡ଼ିବ । ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ସମୟରେ ରାତିରେ ପାରଦ ବିଶେଷ ହ୍ରାସ ପାଇବ ନାହିଁ । କାଁ ଭାଁ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ କମିପାରେ । ଆଜି ବି ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୧.୫, କେରାପୁଟରେ ୧୨, ଫୁଲବାଣୀରେ ୧୨.୫, ଅନୁଗୁଳରେ ୧୩ ଓ ଟିଟିଲାଗଡ଼ରେ ୧୩.୫ ଡିଗ୍ରି ରହିଥିଲା । ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।