ରାଜଧାନୀରେ ମାତିଛନ୍ତି ଲୁଟେରା

ରାଜଧାନୀରେ ମାତିଛନ୍ତି ଲୁଟେରା

ରାଜଧାନୀରେ ମାତିଛନ୍ତି ଲୁଟେରା
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦୁଇଟି ବାଇକ୍ରେ ଆସିଥିବା ପାଞ୍ଚ ଜଣ ଦୁର୍ବୃତ୍ତ ମର୍ଣ୍ଣିଂ ୱାକ୍ କରୁଥିବା ଏକ ଦମ୍ପତିଙ୍କ ବେକରେ କଟୁରି ଲଗାଇ ସୁନା ଚେନ୍ ଓ କାନଫୁଲ ଲୁଟ୍ କରି ନେଇଥିଲେ। ପ୍ରତିରୋଧ କରିବାରୁ ହାଣି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।