ରାଜଧାନୀରରେ ସବୁଠୁଁ ଉତପ୍ତ ତାତି

ରାଜଧାନୀରରେ ସବୁଠୁଁ ଉତପ୍ତ ତାତି

ରାଜଧାନୀରରେ ସବୁଠୁଁ ଉତପ୍ତ ତାତି
ଭୁବନେଶ୍ୱର: ପାରଦ ସାମନ୍ୟ ତଳକୁ ଖସିଛି, କିନ୍ତୁ ତାତି ଜ୍ୱାଳାରୁ ନିସ୍ତାର ନାହିଁ । ଗତକାଲି ଭଳି ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା । ବୁଧବାର ରାଜଧାନୀରେ ପାରଦ ୪୧.୭ ଡିଗ୍ରୀରେ ସୀମିତ ରହିଥିଲା । ଗତକାଲି ଅପେକ୍ଷା ଆଜି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଅସହ୍ୟ ଗୁଳଗୁଳି ଓ ମୁଣ୍ଡଫଟା ଖରାରେ କିଛି ପରିବର୍ତନ ଦେଖା ଯାଇନଥିଲା । ଆଜି ସମୁଦାୟ ୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଭୁବନେଶ୍ୱରକୁ ମିଶାଇ ୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଥିଲା । ଆଜି ଅନୁଗୋଳରେ ୪୧.୧ ଟିଟିଲାଗଡ,ଭବନୀପଟଣା ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।ଗୋପଳପୁର ଓ ପାରାଦ୍ୱୀପରେ ପାରଦ ୩୨ ଡିଗ୍ରୀରୁ ସାମାନ୍ୟ ଅଧିକ ଥିଲା ।