ଆଗକୁ ବର୍ଷାର ପରିମାଣ ବଢିବ

ଆଗକୁ ବର୍ଷାର ପରିମାଣ ବଢିବ

ଆଗକୁ ବର୍ଷାର ପରିମାଣ ବଢିବ
ଭୁବନେଶ୍ୱର : ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଗତ ୨ ଦିନ ଲାଗି ରହିଥିବା ବର୍ଷା କାରଣରୁ ଟୁଇନ ସିଟିର କେତେକ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ସୂଚନା ମିଳିଛି। ଆଜି ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ସୋନପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କୋରାପୁଟ ଓ ବୌଦ୍ଧ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩୧ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ସପ୍ତାହ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ । ଆକଳନ ମୁତାବକ ରାଜ୍ୟରେ ୨୮% କମ ବର୍ଷା ହୋଇଛି । ଆଗକୁ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପବାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।