ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି

ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି

ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନକୁ ଓଡ଼ିଶାରେ କିଛି ଦିନ କୋହଳ କରାଯାଇଥିଲାବେଳେ ଆସନ୍ତା ଡିସେମ୍ବର ପହିଲାରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ । ଏଭଳି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଯେଉଁ ପରିମାଣର ଫାଇନ ଆଦାୟ ହେଉଥିଲା ତାହା କୋହଳ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ପ୍ରକାଶ ଯେ, ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିଲା । ତଦନୁଯାୟୀ ଚାରିଆଡେ଼ ଧରପଗଡ଼ ଚାଲିଥିଲା । ଆଇନ ଭାଙ୍ଗୁଥିବା ଲୋକମାନଙ୍କ ଠାରୁ ୧୦ ଗୁଣା ଜୋରିମାନା ଆଦାୟ କରାଯାଉଥିଲା । ଇଚ୍ଛାନଥିଲେ ମଧ୍ୟ ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଥିଲେ ।ତେବେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା । ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବଡ଼ ଘୋଷଣା କରିଥିଲେ । ୩ ମାସ ପର୍ୟ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ସେହିପରି କଠୋର ନହୋଇ ଜନସାଧାରଣଙ୍କୁ ବୁଝାଇବାକୁ ମଧ୍ୟ କହିଥିଲେ । ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଟ୍ରାଫିକ ନିମୟକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।