ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତାରୁ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତାରୁ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ମଣ୍ଡିରେ  ଧାନ କିଣାରେ ବ୍ୟାପକ ଅନିୟମିତତାରୁ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ
ଭଦ୍ରକ: ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା କାରଣରୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଭଦ୍ରକ ଜିଲ୍ଲା ଆନନ୍ଦପୁର ରାଜ୍ୟ ରାଜପଥରେ ଶତାଧିକ ଚାଷୀ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ଧାନ ବିକ୍ରିରେ ଅନିୟମିତତା କାରଣରୁ ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଜାନୁଆରୀ ୨୮ ତାରିଖରେ ଧାନ ବିକ୍ରି କରିବାକୁ ଟୋକନ ମିଳିଥିଲା। ହେଲେ ଟୋକନ ତାରିଖକୁ ମାସେ ପୁରିଥିଲେ ସୁଦ୍ଧା ଏଯାଏଁ ଧାନ କିଣୁନି ସମବାୟ ସମିତି। ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀମାନଙ୍କ ଠାରୁ ଧାନ କିଣାଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ। ମାସ ମାସ ଧରି ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ପ୍ରତିବାଦ କରି ଆଜି ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ। ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଛି। ତେବେ ଧାନ ବିକ୍ରୟ ନହେବା ପର୍ୟ୍ୟନ୍ତ ରାସ୍ତା ଅବରୋଧ କରିବେ ବୋଲି ଚାଷୀ କହିଛନ୍ତି ।