ବ୍ରାଉନ ସୁଗାର ଜବତ

ବ୍ରାଉନ ସୁଗାର ଜବତ

ବ୍ରାଉନ ସୁଗାର ଜବତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାକୁ ଲାଗିଛି। କିଛି ଦିନର ବ୍ୟବଧାନରେ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ବୁଧବାର ଦିନ ଅବକାରୀ ବିଭାଗ ଚଢାଉ କରି ୪୫ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।