ଯୁବକଙ୍କୁ ପିଟିପିଟି ହତ୍ୟା

ଯୁବକଙ୍କୁ ପିଟିପିଟି ହତ୍ୟା

ଯୁବକଙ୍କୁ ପିଟିପିଟି ହତ୍ୟା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେରେଗୁଡା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତି ତାଙ୍କ ପଡୋଶୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସୂଚନାନୁସାରେ, କେସିଙ୍ଗା ଥାନା ଅଧିନରେ ଥିବା କେରେଗୁଡା ଗ୍ରାମରେ ଶୁଖଦେବ ସା ନାମକ ଜଣେ ବ୍ୟକ୍ତି ବାସ କରନ୍ତି । କୌଣସୀ କାରଣରୁ ଶୁଖଦେବଙ୍କର ତାଙ୍କର ପଡୋଶୀ ବିଭୁତି ଦୁରିଆଙ୍କ ସହ ବଚସା ହୋଇଥିଲା । ଏଥିରେ ବିଭୁତି ନିଜର ଭାରସାମ୍ୟ ହରାଇଥିଲେ । ଏହାପରେ ସେ ଶୁଖଦେବଙ୍କୁ ମାଡ ମାରିଥିଲେ । ଏଥିରେ ଶୁଖଦେବଙ୍କର ମୃତ୍ୟୁ ଘଟିଛି । କେସିଙ୍ଗା ଥାନା ପୋଲିସ ଅଭିଯୁକ୍ତ ବିଭୁତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।