ବସି ଦରମା ନେଉଛନ୍ତି ୭୫ ବିଶେଷଜ୍ଞ ଡାକ୍ତର

ବସି ଦରମା ନେଉଛନ୍ତି ୭୫ ବିଶେଷଜ୍ଞ ଡାକ୍ତର

ବସି ଦରମା ନେଉଛନ୍ତି ୭୫ ବିଶେଷଜ୍ଞ ଡାକ୍ତର
କଟକ : ରାଜ୍ୟରେ ଡାକ୍ତର ଅଭାବ କଥା କୁହାଯାଉଥିବା ବେଳେ ଦୁଇ ମାସ ହେଲା ୭୫ ରୁ ଅଧିକ ଡାକ୍ତର ବିନା କାମରେ ଦରମା ନେଉଛନ୍ତି । ସେମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଯେଉଁ କାଉନସେଲିଂ ବ୍ୟବସ୍ଥା ରହିଛି, ସେ ସମ୍ପର୍କିତ ବିଜ୍ଞପ୍ତି ବି ପ୍ରକାଶ ପାଉନି । ଏଭଳି ସ୍ଥିତିରେ ଯଦି ଏବେ ବି କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଏ ତେବେ ନିଯୁକ୍ତି ପାଇଁ ହୁଏତ ଆଉ ମାସେ ସମୟ ଲାଗିଯିବ । ଦୁଇ ମାସ ଭିତରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଦରମା ରାଜକୋଷରୁ ଯାଉଥିବା ବେଳେ ଡାକ୍ତର ମାନଙ୍କୁ ପୋଷ୍ଟିଂ ଦୋବକରେ ସମୟ ଗଡ଼ିବା ଘଟଣା ପ୍ରତି୍ରକିୟାରେ କାରଣ ହୋଇଛି । ସରକାର ୫ଟି ମଧ୍ୟରୁ ଗୋଟିଏ ‘ଟି’ ଠିକ୍ ସମୟ (ଟାଇମ) କୁ ଦର୍ଶାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏଭଳି ଅଯଥା ବିଳମ୍ବର କାରଣକୁ ନେଇ ପ୍ରଶ୍ନ ଉଠୁଛି । ଏହି ୭୫ ଜଣ ସରକାରଙ୍କ ଠାରୁ ଦରମା ପାଉଥିବା ବେଳେ ସେମାନଙ୍କ ନିଯୁକ୍ତି ପାଇଁ କାହିଁକି ଦୁଇ ମାସ ଗଡ଼ି ଗଲାଣି, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ରାଜ୍ୟରେ ଡାକ୍ତର ଅଭାବକୁ ନେଇ ଅନେକ ସମୟରେ ସରକାରଙ୍କ ପକ୍ଷରୁ ବି ସଫେଇ ଆସୁଥିବା ବେଳେ ୭୫ ଜଣ ବିଶେଷଜ୍ଞ ଡାକ୍ତର ଦୁଇ ମାସ ହେଲା ଖାଲି ବସି ଦରମା ନେବା ଘଟଣା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛି ।