୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର: ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏବେ ସବୁ ଦଳ ବଳ କଷାକଷି କରୁଛନ୍ତି । ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରେ ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ତେବେ ଏହାରି ଭିତରେ କଂଗ୍ରେସ ମଧ୍ୟ ନିଜର ସଭ୍ୟ ସଂଗ୍ରହ ପାଇଁ ଦିନ ଧାର୍ଯ୍ୟ କରିଛି । ଆସନ୍ତା ୬ ତାରିଖରୁ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି ଯେ, ଆସନ୍ତା ୬ରୁ ରାଜ୍ୟରେ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ରାଜ୍ୟରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ବିଜଡେିର ସଭ୍ୟ ସଂଗ୍ରହ ଅଭିଯାନକୁ ଶ୍ରୀ ରାଉତରାୟ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଧାର ଲିଙ୍କ କରାଇବା ନାମରେ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ ବିଜେଡି ଚେଷ୍ଟା କରୁଛି । ଲୋକଙ୍କୁ ଭଳେଇ ବିଜେଡି ଓଡ଼ିଶାକୁ ଲୁଟ ଉଦ୍ୟମ କରୁଛି ବୋଲି ସୁର ରାଉତରାୟ କହିଛନ୍ତି ।