ଏଲଆଇସି ହାଉସିଂ ଫାଇନାନ୍ସର ନୂଆ ସ୍କିମ

ଏଲଆଇସି ହାଉସିଂ ଫାଇନାନ୍ସର ନୂଆ ସ୍କିମ

ଏଲଆଇସି ହାଉସିଂ ଫାଇନାନ୍ସର ନୂଆ ସ୍କିମ
ଭୁବନେଶ୍ୱର: ଏଲଆଇସି ହାଉସିଂ ଫାଇନାନ୍ସର ତରଫରୁ ବାତ୍ୟା ଫନି ଦ୍ୱାରା ଓଡିଶାରେ ପ୍ରଭାବିତ ହୋଇଥିବା ଗ୍ରାହକମାନଙ୍କ ପାଇଁ ଓଡିଶା ସାଇକ୍ଲୋନ ସ୍କିମ ଘୋଷଣା କରାଯାଇଛି । କଂପାନୀ ତରଫରୁ ଶୂନ ପ୍ରୋସେସିଂ ଫି ସହିତ ୮.୫%ର ସ୍ୱତନ୍ତ୍ର ସୁଧ ହାର ପ୍ରଦାନ କରାଯାଉଛି । ଏହି ସ୍କିମରେ ଘରର ପୁନଃ ନିର୍ମାଣ, ମରାମତି ଏବଂ ଉନ୍ନତୀକରଣ ପାଇଁ କଂପାନୀ ତରଫରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ବାତ୍ୟା ପ୍ରଭାବିତ ହୋଇଥିବା ଅଂଚଳରେ ଗ୍ରାହକମାନେ ଏହି ସ୍କିମରେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେମାନଙ୍କୁ ଆସନ୍ତା ଡିସେମ୍ବରରେ ଋଣ ଆବଟଂନ କରାଯିବ । କଂପାନୀର ସିଓଓ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ, ଏହି ସ୍କିମ ଦ୍ୱାରା ଓଡିଶାବାସୀ ଉପକୃତ ହେବେ ବୋଲି ଆମର ବିଶ୍ୱାସ ରହିଛି ।