ଶପଥ ପାଠ ପାଇଁ କଡା ସୁରକ୍ଷା
ଶପଥ ପାଠ ପାଇଁ କଡା ସୁରକ୍ଷା
admin
May 28, 2019 - 10:36
Updated: May 28, 2019 - 10:36
ଭୁବନେଶ୍ୱର: ଶପଥ ଗ୍ରହଣ ଉସôବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କମିସନରେଟ ପୁଲିସ ପକ୍ଷରୁ ୨୫ ପ୍ଳାଟୁନ ପୁଲିସ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫ ପ୍ଳାଟୁନ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫ ପ୍ଳାଟୁନ ଫୋସ ମୁତୟନ କରାଯିବ । ୧୦୦ ଫୁଟ ଦୂର ପର୍ଯ୍ୟନ୍ତ ୨୫-୩୦ଟି ସିସିଟିଭି ଲଗାଯିବ । ପ୍ରତ୍ୟେକ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯିବା । କେବଳ ପାସଧାରୀଙ୍କୁ ଶପଥ ଗ୍ରହଣ ଉସôବରେ ପ୍ରବେଶ ଲାଗି ଅନୁମତି ମିଳିବ । ଏବେଠାରୁ ପ୍ରଦର୍ଶନୀ ପଡିଆରେ ପୁଲିସର ଏକ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପଡିଆକୁ ନିୟମିତ ବ୍ୟବଧାନରେ ଯାଚଂ କରିବେ । ସେହିପରି ପଡିଆ ଭିତରେ ୩ ଟି ପ୍ରବେଶ ପଥ ରହିବ । ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ମାଧ୍ୟମରେ ସମସ୍ତ ପାସଧାରୀଙ୍କୁ ଯାଚଂ କରାଯିବା ପରେ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ପରେ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସକାଳ ୮ରୁ ୧୨ ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ୨୯ ତାରିଖରେ ଯାନବାହାନ ଚଳାଚଳ ଉପରେ କଟକଣା କରାଯିବ । ଏନେଇ ଖୁବଶୀଘ୍ର ନିର୍ଦେଶନାମା ଜାରି କରାଯିବ । ମଙ୍ଗଳବାର ସନ୍ଧ୍ୟାରେ କାରକେଡ ରିହରସାଲ କରାଯିବ ବୋଲି ଶ୍ରୀ ମହାନ୍ତିସୂଚନା ଦେଇଛନ୍ତି । ତା ଛଡା ଶୋଭାଯାତ୍ରା ପାଇଁ ନେତାଙ୍କୁ ଅନୁମତି ଦିଆଯାଇନାହିଁ । ଟ୍ରାଫିକ ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।