ମାଂସପେଶୀର ରୋଗ

ମାଂସପେଶୀର ରୋଗ

ମାଂସପେଶୀର ରୋଗ
ମାଂସପେଶୀ ତିନି ପ୍ରକାରର- କାର୍ଡିଆକ, ସ୍ମୁଥ ଓ ସ୍କେଲିଟାଲ । ଏଥିରେ କେବଳ ସ୍କେଲିଟାଲ ମସଲସକୁ ଆମେ ପୂର୍ଣ୍ଣ ନିୟନ୍ତ୍ରିତ କରିପାରୁ । କାର୍ଡିଆକ ମସଲସ ଓ ସ୍ମୁଥ ମସଲସ ଆମ ପୂର୍ଣ୍ଣ ନିୟନ୍ତ୍ରଣରେ ନଥାଏ । ଆମେ ଚାହୁଁ ବା ନଚାହଚଁ ନିଜର କାମ କରିଥାଏ । କାର୍ଡିଆକ ମସଲସ ହୃତପିଣ୍ଡରେ, ସ୍ମୁଥ ମସଲସ ଅନ୍ତ, ପେଟ ଓ ରକ୍ତରେ ଥାଏ । ଯେକୌଣସି ବୟସର ବ୍ୟକ୍ତି ମାଂସପେଶୀ ଜନିତ ବ୍ୟାଧି ଭୋଗୀ ପାରନ୍ତି । ଏକାଧିକ କାରଣରୁ ଏହା ହୋଇପାରେ ଯଥା- ଅତ୍ୟଧିକ ଚାପ, ଜ୍ୱଳନ, ଜିନ ବିକୃତି, ସଂକ୍ରମଣ, କର୍କଟ । ସାଧାରଣ ଲକ୍ଷଣ- ରୋଗୀ ସର୍ବଦା କ୍ଲାନ୍ତି ଓ ଦୁର୍ବଳତା ଅନୁଭବ କରେ ଦେହରେ ବିଭିନ୍ନ ଅଂଶରେ ବ୍ୟଥା ହୁଏ । ଚାଲିବା, ଦୌଡିବା, ଶିଡି ଚଢ଼ିବା କଷ୍ଟ ହୁଏ । ରୋଗୀ ଅଧିକ ସମୟ ଛିଡା ହୋଇପାରେ ନାହିଁ । କାନ୍ଧରେ ଅଧିକ କଷ୍ଟ ହୁଏ । ଅଳ୍ପ ଭାର ବି ଉଠାଇବା ସମ୍ଭବ ହୁଏ ନାହିଁ । ଦେହ ଜଳିବା ପରି ଲାଗେ । ମୁଠା ଶକ୍ତୀହୀନ ହୋଇଯାଏ । ଏଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଲୋଡିବା ଜରୁରୀ ।