କବରରୁ ଶବକୁ କାଢ଼ି ପିନ୍ଧାଯାଏ ପୋଷାକ

କବରରୁ ଶବକୁ କାଢ଼ି ପିନ୍ଧାଯାଏ ପୋଷାକ

କବରରୁ ଶବକୁ କାଢ଼ି ପିନ୍ଧାଯାଏ ପୋଷାକ
କବରରୁ ଶବକୁ କାଢ଼ି ତାକୁ ଜୋତା ଏବଂ ପୋଷାକ ପିନ୍ଧାଇବା ବିଷୟରେ କେବେ ଶୁଣିଛନ୍ତି? ହୁଏତ ଏପରି କଥା କେବେହେଲେ ଶୁଣିନଥିବେ! ଏଭଳି କରାଯାଏ ଇଣ୍ଡୋନେସିଆର ଦକ୍ଷିଣ ସୁଲେବାସୀ ପ୍ରାନ୍ତର ତେରୋଜା ଜିଲ୍ଲାରେ । ଏହି ପ୍ରଥା ମା-ନେନେ ନାମରେ ପରିଚିତ । ଏହି ପ୍ରଥା ଅନୁଯାୟୀ ଲୋକେ ନିଜର ପୂର୍ବପୁରୁଷଙ୍କ ଶବକୁ କବରରୁ ବାହାର କରି ପୁନର୍ବାର ନୂଆ ପୋଷାକ ଏବଂ ଜୋତା ପିନ୍ଧାଇ ପ୍ରସ୍ତୁତ କରିଥାନ୍ତି । ପ୍ରତି ତିନି ବର୍ଷରେ ଥରେ ଏହି ପ୍ରଥା ଆୟୋଜିତ ହୋଇଥାଏ । ନିଜର ପୂର୍ବ ପୁରୁଷଙ୍କ କବରକୁ ନୂଆ ପୋଷାକ ପିନ୍ଧାଇବା ପରେ ପୂରା ଗାଁରେ ବୁଲା ଯାଇଥାଏ । ବହୁ ବର୍ଷରୁ ମୃତ ଥିବା ନିଜର ପୂର୍ବପୁରୁଷଙ୍କୁ ପୁଣିଥରେ ପାଇବା ମନେ ହେଲା ପରି ଏହି ପ୍ରଥାକୁ ପାଳନ କରୁଥିବା ଲୋକେ କହନ୍ତି ।