ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି, ସୁନା ଏବଂ ରୂପା ଦର ଖସିଲା ତଳକୁ
ଗ୍ରାହକଙ୍କୁ ମିଳିଲା ବଡ ଆଶ୍ବସ୍ତି । ସୁନା ଓ ରୁପା ଦାମ୍ରେ ବଡ଼ ଧରଣର ହ୍ରାସ । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି ସୁନା ଦର । ଏହି ସମୟରେ ୨୪ କ୍ୟାରେଟ ସୁନା ଦର ୧୪୭୦ ଟଙ୍କା ହ୍ରାସ ପାଇ ୭୭,୨୯୦ ଟଙ୍କା ହୋଇଛି ।ଆଗକୁ ବିବାହ ଋତୁ ଆସୁଥିବା ବେଳେ ସୁନା ଦରରେ ଏଭଳି ହ୍ରାସ ନିଶ୍ଚିତ ରୂପେ ଗ୍ରାହକମାନଙ୍କୁ ସୁହାଇବ ବୋଲି କୁହାଯାଉଛି । ଚଳିତ ମାସ ଆରମ୍ଭରୁ ୨୨ କ୍ୟାରେଟ୍ ସୁନା ୭୩,୮୫୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୮୦,୫୬୦ ଟଙ୍କା ଥିଲା । ଗତ ୧୩ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦାମ୍ ୩୦୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ୩୨୭୦ ଟଙ୍କା ଶସ୍ତା ହୋଇଛି । ଅନ୍ୟ ପକ୍ଷରେ ରୁପା କେଜି ମଧ୍ୟ ୨୦୦୦ ଟଙ୍କା ଶସ୍ତା ହୋଇଛି । ଚଳିତ ମାସ ପ୍ରାରମ୍ଭରେ ରୁପା କେଜି ପ୍ରାୟ ଏକ ଲକ୍ଷ ୯ ହଜାର ଟଙ୍କା ସ୍ତରରେ ଥିଲା । ବୁଧବାର ଏହା ଏକ ଲକ୍ଷ ଟଙ୍କା ସ୍ତରକୁ ଖସିଆସିଛି । ଓଡ଼ିଶାରେ ରୁପା ଦାମ୍ ଜାତୀୟ ଦରଠାରୁ ଅଧିକ ରହୁଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡ଼ିଆ ।