‘‘ଫୋନି’ ଭରଣା ପାଇଁ ଦରକାର ୨୮ ହଜାର କୋଟି

‘‘ଫୋନି’ ଭରଣା ପାଇଁ ଦରକାର ୨୮ ହଜାର କୋଟି

‘‘ଫୋନି’ ଭରଣା ପାଇଁ ଦରକାର ୨୮ ହଜାର କୋଟି
ଭୁବନେଶ୍ୱର : ‘ଫୋନି’ ମାଡ଼ରେ ରାଜ୍ୟର ୧୪ ଜିଲ୍ଲାରେ ବହୁ କ୍ଷତି ହୋଇଛି । ଭିତ୍ତିଭୂମି ଛାରଖାର ହୋଇ ପଡ଼ିଥିଲା ବେଳେ ସରକାରୀ ସମ୍ପତ୍ତି ବିପୁଳ କ୍ଷୟକ୍ଷତି ସହିଛି । ‘ଫୋନି’ ମାଡ଼ରେ ଓଡ଼ିଶା ଯେତିକି କ୍ଷତି ସହିଛି ତା’ର ଭରଣା ପାଇଁ ପ୍ରାୟ ୨୮ ହଜାର କୋଟି ଟଙ୍କା ଆବଶ୍ୟକ । ଫୋନି କ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ମିଳିତ ଜାତିସଂଘ, ବିଶ୍ୱବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କର ପ୍ରତିନିଧି ଦଳ ଏହି ଆକଳନ କରିଛି । ନିଯୁକ୍ତି ଓ ଜୀବିକା କ୍ଷେତ୍ରକୁ ମଧ୍ୟ ଆକଳନ ବେଳେ ଅଗ୍ରାଧିକରି ମିଳିଛି । ରାଜ୍ୟ ସରକାରଙ୍କ ସହ ଏ ଟିମ୍ ମିଶି ବିଭି୍ନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମିଳିତ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ରାଜ୍ୟ ସରକାର ପ୍ରଥମ ଦଫାରେ କେନ୍ଦ୍ରୀୟ ଟିମ୍ ‘ଫୋନି’ କ୍ଷତି ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କା ବୋଲି ପ୍ରାଥମିକ ଆକଳନ ରିପୋର୍ଟ ଦେଇଥିଲେ । ପୂର୍ଣ୍ଣାଙ୍ଗ ରିପୋର୍ଟ ଅନୁସାରେ ପ୍ରାୟ ୨୫ ହଜାର କୋଟି ଟଙ୍କାର କ୍ଷତି ରାଜ୍ୟ ସହିଛି । ସରକାର ଯେଉଁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି, ସେଥିରେ ୧୬,୭୫୪ କୋଟି ଟଙ୍କାର ସରକାର ସମ୍ପତ୍ତି ନଷ୍ଟ ହୋଇଥିବା ଦର୍ଶାଯାଇଛି । ଏହାଛଡ଼େ ଆଉ ୭୮୯୭ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ‘ଫୋନି’ ପୋଛି ନେଇଛି । ୧୪ଟି ଜିଲ୍ଲାରେ ଫୋନି ବିପତ୍ତି ଘଟାଇ ଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଏଥିଯୋଗୁଁ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଏ ବାତ୍ୟାରେ ୧ କୋଟି ୬୫ ଲକ୍ଷ ବହୁଳ ଭାବେ ପ୍ରଭାବିତ ହୋଇଛି । ତେଣୁ ପୁନରୁଦ୍ଧାର ଓ ଥଇଥାନ ପାଇଁ ଅଧିକ କେନ୍ଦ୍ରୀୟ ସହାୟତା ଉପରେ ଫୋକସ କରାଯାଇଛି । ‘ଫୋନି’ ରେ ଉପକୂଳ ଓଡ଼ିଶା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲେ । ଏହା ପରେ ଗତ ମେ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ତୁରନ୍ତ କେନ୍ଦ୍ରୀୟ ଟିମ୍ ଆସି କ୍ଷତି ଆକଳନ କରିବା ସହ କେନ୍ଦ୍ର ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରୀୟ ଟିମ୍ ମେ ଦ୍ୱିତୀୟ ସପ୍ତାହରେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ବିଶ୍ୱବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଜାତିସଂଘ ମିଶନର ଏକ ଦଳ ରାଜ୍ୟ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି । ଏବେ ଏହି କମିଟି ତାଙ୍କର ପ୍ରାଥମିକ ରିପୋର୍ଟରେ ରାଜ୍ୟର କ୍ଷୟକ୍ଷତିର ପରିମାଣ ୨୪, ୬୫୧ କୋଟି ଟଙ୍କା ଦର୍ଶାଇଛି । କ୍ଷତି ଭରଣା ପାଇଁ ଓଡ଼ିଶାକୁ ୨୮,୮୯୬ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଦର୍ଶାଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତ କ୍ଷେତ୍ରରେ ଭିତ୍ତିଭୂମି ଜନିତ କ୍ଷୟକ୍ଷତିର ପରିମାଣ ୯୩୯୩ କୋଟି ଟଙ୍କା ହୋଇଥିବା ବେଳେ ଏଥିରୁ ନିସ୍ତାର ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ୯୭୪୮ କୋଟି ଟଙ୍କା ଆବଶ୍ୟକ ।