ରତ୍ନ ଭଣ୍ଡାରର ଆଉ କେଉଁ ପଥର ତଳେ, କୋଠରୀରେ ରତ୍ନ ରହିଛି ତାହାର ଗୋଟି ଗୋଟି ଯାଞ୍ଚ ଚାଲିଛି

ରତ୍ନ ଭଣ୍ଡାରର ଆଉ କେଉଁ ପଥର ତଳେ, କୋଠରୀରେ ରତ୍ନ ରହିଛି ତାହାର ଗୋଟି ଗୋଟି ଯାଞ୍ଚ ଚାଲିଛି

ପୁରୀ : ପ୍ରଥମ ତିନୋଟି ପର୍ଯ୍ୟାୟରେ ବାହାର ଓ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯିବା ସହ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ,,ଖାଲି ହୋଇଥିବା ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତରଣ ପରେ ଚତୁର୍ଥ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଵୈଠକ ବସିଥିଲା। ବୈଠକ ପରେ ଠିକ୍ ଅପରାହ୍ନ 1ଟାରେ ଏଏସଆଇର ଅତରିକ୍ତ ମହାନିର୍ଦ୍ଦେଶକ ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ 12 ଜଣିଆ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର 14 ଜଣଙ୍କୁ ମିଶାଇ ମୋଟ 26 ଜଣିଆ ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ତାପରେ ବାହାର ଓ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯିବା ପରେ ଆରମ୍ଭ ହୋଇଥିଲା ବୈଷୟିକ ଯାଞ୍ଚ। ତା ପୂର୍ବରୁ ଓଡ୍ରାଫ,, ଅଗ୍ନି ନିର୍ବାନକ ଯନ୍ତ୍ର ଓ ସ୍ନେକ୍ ହେଲପ୍ ଲାଇନ୍ ର ସଦସ୍ୟ ଭିତରକୁ ଯାଇଥିଲେ। ଆଜି ଜିପିଆର ସର୍ଭେ ହୋଇନାହିଁ। ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଯାଞ୍ଚ ପରେ କେଉଁ ଧରଣର ଓ କେତେ ଓଜନ ବିଶିଷ୍ଟ ମେସିନ୍ ବ୍ୟବହାର କରାଯିବ ତାହା ନିଷ୍ପତ୍ତି ନିଆଯିବ। ମହାପ୍ରଭୁଙ୍କ ସେବାପୂଜା,ରୀତିନୀତି ଓ ଧର୍ମୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରାଯାଇଛି।

ବୁଧବାର ଯାଞ୍ଚରେ ଡକୁମେଣ୍ଟଟେସନ ହୋଇଛି। NGRI ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ପ୍ରତିକ୍ରିୟାରେ କହିଛନ୍ତି ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଛି । ଜିପିଆରଏସ ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ । ଟିମ୍ କୁ ଅନୁରୋଧ କରିଛୁ 25 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ। କେବଳ ଯାଞ୍ଚ ନୁହେଁ ଭିତର ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରସ୍ତୁତ ଏସଓପି ଆଧାରରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯାଞ୍ଚରେ  ଏଏସଆଇର ଏଡିଜି ଜାନ୍ହବୀଜ ଶର୍ମା , ଡାଇରେକ୍ଟର ଅଫ କନଷ୍ଟ୍ରକସନ , ଡାଇରେକ୍ଟର ଅଫ କେମିକାଲ ସାଇନ୍ସ , ଇଷ୍ଟର୍ଣ୍ଣ ରିଜନର ରିଜିଓନାଲ ଡାଇରେକ୍ଟର ଆଦି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ରହିଛନ୍ତି । ଏଥିସହ ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,,ଜିଲ୍ଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ,,ଏସପି ପିନାକ ମିଶ୍ର ମଧ୍ୟ ସାମିଲ ଥିଲେ। ସେହିପରି ଏଏସଆଇ ପକ୍ଷରୁ ଭୁତତ୍ୱ ସର୍ଭେ ପାଇଁ କେନ୍ଦ୍ର ସରକାରଙ୍କ ଆଇସିଏସଆର(ଇଣ୍ଡିଆନ କାଇନସିଲ  ଅଫ ସାଇଣ୍ଟିଫିକ ରିସର୍ଚର ଲାବ ଏକ୍ସପର୍ଟ ୟୁନିଟ ଏନଜିଆରଆଇ (ନାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ଯୁଟ) ହାଇଦ୍ରାବାଦର ଟିମ୍ ସାମିଲ ଥିଲେ  । ସେମାନେ ଷ୍ଟ୍ରକଚର ତଳେ କଣ ରହିଛି କି ନାହିଁ,,ପୁଣି ସୁଡଙ୍ଗ ଓ ଗୁପ୍ତ କୋଠରୀ ଆଦିକୁ ନେଇ ରହିଥିବା ଚର୍ଚ୍ଚାର ଅବସାନ ଘଟାଇବା ପାଇଁ ଏହି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି। ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ସ୍ଥିତି ଅନୁଧ୍ୟାନ ପରେ ସେଥିପାଇଁ କେଉଁ ଧରଣର ମେସିନ୍ ଆବଶ୍ୟକ ହେବ ସେନେଇ ନିଷ୍ପତ୍ତି ନିଆଯିବ।    

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ କିଛିଘଣ୍ଟା ଦର୍ଶନ ବନ୍ଦ ରହିଥିବା ବେଳେ ମହାପ୍ରସାଦ କ୍ରୟ ଉପରେ କୌଣସି ପ୍ରଭାବ ପଡିନାହିଁ।ପୁରିରୁ ରଞ୍ଜିତ୍ ମିଶ୍ରଙ୍କ ରିପୋର୍ଟ ୟୁବିସି ।