ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ
ପୁରୀ:ପୁରୀ ବସ୍ ଷ୍ଟାଣ୍ଡରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ବସ୍ ଷ୍ଟାଣ୍ଡରେ ଥିବା ଏକ ବସ୍ ଭିତରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରିଛି ସେହି ବସର ଜଣେ ହେଲ୍ପର । ପୀଡିତା ନାବାଳିକାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ନାବାଳିକାଙ୍କୁ ଉଦ୍ଧାର ପରେ ପୁଲିସକୁ ହସ୍ତାନ୍ତର କରାଯାଇଛି । କୁମ୍ବାରପଡା ଥାନା ପୁଲିସ ନାବାଳିକାଙ୍କୁ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତାରେ ଏକ ୱାଟର ପାର୍କରେ କାମ କରନ୍ତି । ପୁରୀରେ ଏକ ବସ୍ ଭିତରେ ନାବାଳିକା ଶୋଇଥିବା ବେଳେ ହେଲ୍ପର ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ କରିଛି ।